ବିଲରେ କାମ କରିବା ବେଳେ ଅଘଟଣ: ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ
Odisha News: ବରଗଡ଼ ଜିଲ୍ଲା ପଦ୍ମପୁରରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଲଖମରା ଗାଁର ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେରା । ଆଜି ବର୍ଷା ସମୟରେ ଉଭୟ ଚାଷ ଜମିକୁ ଯାଇଥିଲେ। ବିଲରେ କାମ କରିବା ସମୟରେ ବର୍ଷା ଘଡ଼ଘଡି ପାଇଁ କ୍ଷେତ ନିକଟରେ ନିର୍ମିତ ଏକ ଅସ୍ଥାୟୀ ଘରେ ଆଶ୍ରୟ ନେଇଥିଲେ।

ହେଲେ ସେହି ସମୟରେ ବଜ୍ରାଘାତ ହୋଇଥିଲା ଏବଂ ଘଟଣାସ୍ଥଳରେ ମମତା ମେହେରଙ୍କ ମୃତ୍ୟୁ ଘଟିଥିଲା ଏବଂ ଆଶିଷ ମେହେରଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ହସପିଟାଲକୁ ନିଆଯାଇଥିଲା ଯେଉଁଠି ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications