ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ୨ ଆହତ
କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ପୁଣି ଗୁଡି ସୂତା ଲାଗି ଆହତ ହେବା ମାମଲା ସାମ୍ନାକୁ ଆସିଛି । ନୂଆବଜାର ରେଳଓ୍ବେ ଓଭରବ୍ରିଜ୍ ଉପରେ ଚାଇନିଜ୍ ପ୍ଲାଷ୍ଟିକ୍ ଗୁଡି ସୂତା ଲାଗି ୨ ଜଣ ଯୁବକ ଆହତ ହୋଇଛନ୍ତି ।

ଉଭୟ ବାଇକରେ ଫେରୁଥିବା ବେଳେ ହଠାତ୍ ଗୁଡି ସୂତା ଲାଗିଯାଇଥିଲା । ଜଣଙ୍କ ବେକ, ଆଙ୍ଗୁଠି ଓ ଆଉ ଜଣଙ୍କ ନାକରେ ଆଘାତ ଲାଗିଛି । ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଥିବାବେଳେ ଅନ୍ୟଜଣେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଗୁଡି ସୂତା ଲାଗି ତ୍ରିଶୁଳିଆରେ ଜଣେ ଆହତ ହୋଇଥିଲେ ।












Click it and Unblock the Notifications