ଜୁନ 2ରୁ ଯୁକ୍ତଦୁଇ ମୂଲ୍ୟାୟନ ଆରମ୍ଭ
ଜୁନ 2 ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଜୁନ 2ରୁ ଜୁନ 12 ପ୍ରଥମ ଏବଂ ଜୁନ 13 ରୁ ଜୁନ 22 ଦ୍ବିତୀୟ ପର୍ଯ୍ୟାୟରେ ଖାତା ଦେଖା ଶେଷ ହେବ
ଭୁବନେଶ୍ବର: ଜୁନ 2 ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଜୁନ 2ରୁ ଜୁନ 12 ପ୍ରଥମ ଏବଂ ଜୁନ 13 ରୁ ଜୁନ 22 ଦ୍ବିତୀୟ ପର୍ଯ୍ୟାୟରେ ଖାତା ଦେଖା ଶେଷ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟ ଗୁଡ଼ିକର ମୂଲ୍ୟାୟନ ପ୍ରଥମେ ଆରମ୍ଭ କରାଯିବ । ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତା ଗୁଡ଼ିକର ମୂଲ୍ୟାୟନ କରାଯିବ । ସବୁ ବିଷୟ ଖାତା ଦେଖିବା ପାଇଁ ପ୍ରାୟ 24 ରୁ 26 ଦିନ ଲାଗିବ । ଅର୍ଥାତ୍ ଜୁନ୍ 20 ଭିତରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଫଳରେ ପରବର୍ତ୍ତୀ ସମୟରେ ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।
ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯିବ । ପରିଷଦର 4 ଟି ଜୋନ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଓ ସେଣ୍ଟ୍ରାଲ ଜୋନରେ 37 ରୁ ଅଧିକ ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି।












Click it and Unblock the Notifications