ଓ୍ବାଏନାଡରେ ଭୂସ୍ଖଳନରେ ୨ ଜଣ ଓଡ଼ିଆ ଡାକ୍ତର ନିଖୋଜ, ଉଦ୍ଧାର ପାଇଁ ହସ୍ତକ୍ଷେପ କଲେ ରାଜ୍ୟ ସରକାର

କେରଳର ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ୨ ଓଡ଼ିଆ ଡାକ୍ତର ନିଖୋଜ ଅଛନ୍ତିି। ୨ ଡାକ୍ତରଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର କଥାହୋଇଛନ୍ତି। କେରଳ ସ୍ବତନ୍ତ୍ର ରିଲିଫ କମିଶନର ଓ ଓଡ଼ିଆ ଅଧିକାରୀଙ୍କ ସହ ଏସଆର୍‌ସି କଥା ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

surwsh pujari

ଏହା ସହ ସେ କହିଛନ୍ତି, ନିଖୋଜ ୨ ଡାକ୍ତରଙ୍କ ପରିବାର ସହ ମଧ୍ୟ ଯୋଗାଯୋଗରେ ଅଛୁ। ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ ଖବର ଦିଆଯାଉଛି। ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି, ଆଶା ସେମାନେ ଉଦ୍ଧାର ହେବେ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୨ ଓଡ଼ିଆ ଡାକ୍ତର ଓ ସେମାନଙ୍କ ସ୍ତ୍ରୀ କେରଳ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ଘଟିଥିବା ଭୂସ୍ଖଳନରେ ଡାକ୍ତର ଦ୍ୱୟ ନିଖୋଜ ହୋଇଯାଇଥିବାବେଳେ ସେମାନଙ୍କ ସ୍ତ୍ରୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ଡାକ୍ତରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କଟକ ଜିଲା ଚୌଦ୍ୱାରସ୍ଥିତ ହାଉସିଂ ବୋର୍ଡ ଅଞ୍ଚଳରେ ରହୁଥିବା ହାଇଟେକ୍‌ ମେଡିକାଲର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା, ସ୍ତ୍ରୀ ତଥା ଡ୍ରିମ୍ସ କଲେଜ ଅଧ୍ୟାପିକା ପ୍ରିୟଦର୍ଶିନୀ, ଡା.ସ୍ବାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ବୀକୃତି ମହାପାତ୍ର ଗତ ୨୬ ତାରିଖରେ ବେଙ୍ଗାଲୁରୁ ଏବଂ କେରଳ ବୁଲିବାକୁ ଯାଇଥିଲେ। କେରଳର ୱାୟନାଡର ଲିନରା ଭିଲ୍ଲାରେ ରାତ୍ରିଯାପନ କରିଥିଲେ।

ସୋମବାର ରାତି ପ୍ରାୟ ୨ଟାରେ ଭୂସ୍ଖଳନ ସହ ମାଟି ମିଶା ପାଣି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା। ଏନେଇ ବିଷ୍ଣୁଙ୍କ ବାପା ତଥା ପ୍ରତିରକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ପ୍ରମୋଦ କୁମାର ଚିନାରା କହିଛନ୍ତି, ରାତି ପ୍ରାୟ ୨ଟାରେ ବନ୍ୟାପାଣି ମାଡ଼ି ଆସିଲା। ଏହାପରଠାରୁ ବିଷ୍ଣୁଙ୍କ ପତ୍ତା ମିଳୁନି। ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳ ୬ଟାରେ ଫୋନ୍‌ ଯୋଗେ ଏ ସମ୍ପର୍କରେ ପ୍ରିୟଦର୍ଶିନୀ ମୋତେ ଜଣାଇଥିଲେ। ପରେ ମୁଁ ଏନେଇ ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲି। ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ବିଷ୍ଣୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ଡା. ଚିନାରା ୨ ବର୍ଷ ତଳେ ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+