କୁଏତରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Odisha News: କୁଏତ ଅଗ୍ନିକାଣ୍ତରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମନମୋହନ ମାଝୀ । ଅଗ୍ନିକାଣ୍ତରେ ପ୍ରାଣ ହରାଇଥିବା ୨ ଓଡ଼଼ିଆଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଆର୍ଥିକ ସହାୟତା ମିଳିବ । ୨ ଓଡ଼ିଆଙ୍କ ପାର୍ଥୀବ ଶରୀର ଆଜି କେରଳରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଥିଲା । ଯାହା ପରେ ଦୁଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଦଳର ବରିଷ୍ଠ ନେତା ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଅଗ୍ନିକାଣ୍ତରେ ପ୍ରାଣ ହରାଇଥିବା ୨ ଜଣ ହେଲେ କଟକ ତିଗିରିଆର ମହମ୍ମଦ ଜହୁର ଏବଂ ଗଞ୍ଜାମ ଦିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼ । ମୃତକଙ୍କ ଗାଁରେ ଶୋକାକୂଳ ପରିବେଶ ଦେଖିବା ପାଇଁ ମିଳିଛି ।
ସୂଚନାଥାଉ ଯେ, ଆଜି ବାୟୁସେମାର ଏକ ସ୍ୱତନ୍ତ୍ର ବିମାନରେ ଦୁଇ ଓଡ଼ିଆଙ୍କ ପ୍ରାର୍ଥିବ ଶରୀର ଭୁବନେଶ୍ୱର ଅଣଯାଇଥିଲା । ମୃତ ଦେହ ପହଞ୍ଚିବା ପରେ ପାର୍ଥିକ ଶରୀରକୁ ମାଲ୍ୟାର୍ପଣ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିକ ଅନ୍ୟ ବରିଷ୍ଠ ନେତା ।












Click it and Unblock the Notifications