ପୁଲିସ ଓ ମାଓବାଦୀ ଗୁଳିବିନିମୟ, ୨ ନକ୍ସଲ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି।ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବାବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପାମେଡ ଅଂଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସକୁ ସୂଚନା ମିଳିଥିଲା।

2 Naxals Killed In Police Encounter

ତୁରନ୍ତ ଡିଆରଜି,ଏସଟିଏଫ,କୋବ୍ରା ଏବଂ ସିଆରପିଏଫ ବାଟାଲିୟନର ଯବାନ ଏହି ଅଂଚଳକୁ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଆଜି ସକାଳ ୧୧ଟା ବେଳେ ନକ୍ସଲଙ୍କ ସହ ସାମ୍ନାସାମ୍ନି ହୋଇଥିଲା। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ଦିନ ଚାରିଟା ପର୍ଯ୍ୟନ୍ତ ରହି ରହି ନକ୍ସଲ ତରଫରୁ ଗୁଳି ଚଳାଯାଉଥିଲା। ତେବେ ଯବାନ ଘଟଣାସ୍ଥଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ନକ୍ସଲଙ୍କର ମୃତ ଦେହ ଠାବ କରିବା ସହ ମାଓ ସାମଗ୍ରୀ ଜବତ କରିଛି। ମୃତ ମାଓବାଦୀଙ୍କର ଚିହ୍ନଟ ହୋଇନଥିବା ପୁଲିସ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+