ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିପାତ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ବିଜାପୁର ଜିଲ୍ଲାର ଦକ୍ଷିଣ ପଶ୍ଚିମ ଅଂଚଳରେ ମାଓବାଦୀ କ୍ୟାମ୍ପ କରି ରହିଛନ୍ତି।

Naxals

ତୁରନ୍ତ ଯବାନ ଅପରେସନ ଆରମ୍ଭ କରିଦେଇଥିଲେ। ଆଜି ସକାଳୁ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନ ଘଟଣାସ୍ଥଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ନକ୍ସଲଙ୍କର ମୃତଦେହକୁ ଠାବ କରିବା ସହ ୩୦୩ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ଜବତ କରିଛି।

ପୁଲିସ କହିବା ଅନୁସାରେ ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବାରୁ ସଠିକ ରିପୋର୍ଟ ଯବାନ ଫେରିବା ପରେ ହିଁ ଦିଆଯାଇପାରିବ ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+