କୋରାପୁଟରେ ପୁଣି ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ
ଡିପ୍ଥେରିଆ, ଜଣ୍ଡିସ୍ ପରେ ରାଜ୍ୟରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ଶୁକ୍ରବାର କୋରାପୁଟ ଜିଲା ପଡ଼େଇଗୁଡ଼ା ଗାଁରେ ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଡିଏମ୍ଓଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ମେଡିକାଲ ଟିମ୍ ପକ୍ଷରୁ ୬ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।
୨ ଆକ୍ରାନ୍ତଙ୍କୁ ଆଇସୋଲେଶନରେ ରହିବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ କିଛି ଦିନ ବ୍ୟବଧାନରେ ପୁଣିଥରେ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ପଡ଼େଇଗୁଡ଼ା ଗାଁରେ କିଛି ଲୋକଙ୍କ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା। ଆନ୍ଥ୍ରାକ୍ସ ରୋଗ ସନ୍ଦେହରେ ୬ ଜଣଙ୍କ ନମୂନା ପଠାଯାଇଥିଲା ସ୍ୱାସ୍ଥ୍ୟ ବିଭାଗ। ହେଲେ ସେଥିମଧ୍ୟରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ୨ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସଂକ୍ରମିତ ପଶୁ ଉତ୍ପାଦରେ ଥିବା ଜୀବାଣୁମାନଙ୍କର ସ୍ପୋର ସଂସ୍ପର୍ଶରେ ଆସିଲେ ଆନ୍ଥ୍ରାକ୍ସ ରୋଗ ହୁଏ । ପଶୁଙ୍କର କାମ କରୁଥିବା ଲୋକ ବା ପଶୁ ଉତ୍ପାଦ ସମ୍ଭାଳିବା ଲୋକଙ୍କର ଏହି ରୋଗ ସଙ୍କଟ ଅଧିକ ରହେ। ସୂଚନା ଯୋଗ୍ୟ, ଗତ କିଛିଦିନ ତଳେ ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିବା ଜଣାପଡିଛି। ସେହିପରି ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ଖାଲକଣା ଗ୍ରାମରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇଥିଲେ। ପୂର୍ବରୁ ମଧ୍ୟ ତିନି ଚାରି ଜଣ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିବା ଜଣାପଡିଛି।












Click it and Unblock the Notifications