ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ । ସିନାପାଲି ଥାନା ଚୌରା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗାଧୋଇବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିବା ନେଇ ସୂଚନା ରହିଛି । ମୃତକ ହେଲେ ବୃଷଭ ବନ୍ଦିଛୋର ଓ ହମିତ ବନ୍ଦିଛୋର ।

ନୂଆପଡ଼଼ା: ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ । ସିନାପାଲି ଥାନା ଚୌରା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗାଧୋଇବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିବା ନେଇ ସୂଚନା ରହିଛି । ମୃତକ ହେଲେ ବୃଷଭ ବନ୍ଦିଛୋର ଓ ହମିତ ବନ୍ଦିଛୋର । ହମିତଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ ବୃଷଭଙ୍କ ବୟସ ୯ ବର୍ଷ ବୋଲି ସୂଚନା ରହିଛି ।
ସୂଚନାଅନୁସାରେ, ଉଭୟ ବୃଷଭ ଏବଂ ହମିତ ସ୍କୁଲରୁ ଘରକୁ ଫେରି ୪ଟା ବେଳେ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଗୋଡ଼ ଖସିଯାଇ ପୋଖରୀରେ ବୁଡ଼ି ଯାଇଥିଲେ । ଲୋକେ ତୁରନ୍ତ ଉଦ୍ଧାର କରି ଦୁଇ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠି ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଦୁଇ ନାବାଳକଙ୍କର ଶବ ବ୍ୟବଚ୍ଛେଦ କରାଯିବ ।












Click it and Unblock the Notifications