ପଶ୍ଚିମବଙ୍ଗ ଦୁର୍ଗାପୁରରେ ପହଞ୍ଚିଲେ ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍‌

ପଶ୍ଚିମବଙ୍ଗ ଦୁର୍ଗାପୁରରେ ପହଞ୍ଚିଲେ ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍‌। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ବର ADM ଓ ଅତିରିକ୍ତ ଏସ୍‌ପି ପହଞ୍ଚିଲେ।

2-member high-level team from Odisha reaches Durgapur

ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଫିସ୍‌ରେ ବିଚାରବିମର୍ଶ । ପୀଡ଼ିତାଙ୍କ ବାପା ଓ ଅନ୍ୟ କିଛି ସହଯୋଗୀ ମଧ୍ୟ ଉପସ୍ଥିତ ସୂଚନା ।

ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରୀଜଣଙ୍କ ରାତି ସମୟରେ କିପରି ଓ କେଉଁ ପରିସ୍ଥିତିରେ ବାହାରକୁ ଗଲେ ବୋଲି ତାଙ୍କ ବାପାମା'ଙ୍କ ସହ କଲେଜର ଛାତ୍ରଛାତ୍ରୀ ମଧ୍ୟ ପ୍ରଶ୍ନ କରିଛନ୍ତି । ଆଜି ଦିନତମାମ ଦୁର୍ଗାପୁର ମେଡିକାଲ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖିଛି । ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଜାତୀୟ ମହିଳା କମିସନର ସଦସ୍ୟା ଅର୍ଚ୍ଚନା ମଜୁମଦାର ପୀଡ଼ିତାଙ୍କୁ ଭେଟିଛନ୍ତି । ପଶ୍ଚିମବଙ୍ଗ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ୯ ଜଣିଆ ସ୍ପେସାଲ୍ ଇନ୍‌ଭେଷ୍ଟିଗେସନ୍‌ ଟିମ୍ (ଏସ୍‌ଆଇଟି) ଗଠନ କରିଛନ୍ତି। ଛାତ୍ରୀଙ୍କ ବାପାମା' ଗତକାଲି ରାତିରେ ଦୁର୍ଗାପୁରରେ ପହଞ୍ଚି ଝିଅ ପାଖରେ ରହିଛନ୍ତି ।

ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ଝିଅର ସାଙ୍ଗ ତାଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ । ସେଠାରେ ପହଞ୍ଚିବା ବେଳକୁ ମୋ ଝିଅର ଅବସ୍ଥା ଗୁରୁତର ଥିଲା ଏବଂ ଡାକ୍ତରଖାନା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ପୀଡ଼ିତା ଓ ତାଙ୍କର ଜଣେ ସାଥୀ କ୍ୟାମ୍ପସ ଗେଟ୍ ପାଖରେ ପହଞ୍ଚିଥିଲେ, ସେଠାରେ ପ୍ରାୟ ଚାରିରୁ ପାଞ୍ଚ ଜଣ ଯୁବକ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଏକ ଅନ୍ଧାରିଆ ସ୍ଥାନକୁ ଟାଣିନେଇ ଦୁଷ୍କର୍ମ କରିବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ । ଫେରସ୍ତ କରିବାକୁ ୩,୦୦୦ ଟଙ୍କା ମାଗିଥିଲେ । କ୍ୟାମ୍ପସ୍‌ରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ଡାକ୍ତର ସାମ୍ମୁଖ୍ୟ (ଡବ୍ଲ୍ୟୁବିଡିଏଫ୍) ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି । ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଡବ୍ଲ୍ୟୁବିଡିଏଫ୍ କହିଛି ଯେ ଭାରତର ପ୍ରଧାନ ବିଚାରପତି ଏହି ମାମଲାକୁ ଗ୍ରହଣ କରି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ । ପଶ୍ଚିମବଙ୍ଗର ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ । ଯେପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ସରକାରଙ୍କୁ ଉତ୍ତରଦାୟୀ କରାଯିବ ନାହିଁ, ସାରା ରାଜ୍ୟରେ ମହିଳାମାନେ ଭୟଭୀତ ଅବସ୍ଥାରେ ବଞ୍ଚିବେ। ତେବେ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ତୃଣମୂଳ ନେତା ଶଶୀ ପଞ୍ଜା ବିଜେପିକୁ ଜବାବ ଦେଇ କହିଛନ୍ତି ଯେ, ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+