ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା
ଆଜି ଭୁବନେଶ୍ୱରରେ ପହଞ୍ଚିଛି ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା। ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ।
ଭୁବନେଶ୍ୱର: ରାଜ୍ୟରେ ଟିକା ଅଭାବ ପାଇଁ ଆଜି ପ୍ରାୟ ପନ୍ଦର ଶହ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଥିଲା । ତେବେ ଏହି ସମସ୍ୟା ଆସନ୍ତାକାଲିଠୁ ଆଉ ଦେଖା ଦେବ ନାହିଁ । କାରଣ ଆଜି ଭୁବନେଶ୍ୱରରେ ପହଞ୍ଚିଛି ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା।

ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ। ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି ।
ଅପରପକ୍ଷେ, ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି । ହେଲେ ଟିକା ଅଭାବ ଯୋଗୁଁ କେତେକ ସ୍ଥାନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯିବା ଆରମ୍ଭ ହୋଇପାରିନି। ସେପଟେ ପ୍ରଥମ ଡୋଜ୍ ନେଇଥିବା ଲୋକେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିଲେ ବି ଟିକା ନଥିବାରୁ ସମସ୍ୟା ଭୋଗୁଥିଲେ। ଏଣୁ ଆଜି ଆସି ପହଞ୍ଚିଥିବା ଟିକାରେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି।












Click it and Unblock the Notifications