ପୋଲିସ ରିଭଲବରରୁ ଗୁଳି ଫୁଟି ୨ ମୃତ!
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଳି ମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତଲରୁ ଏହି ଗୁଳି ଫୁଟିଥିବା ଜଣାପଡିଛି । ଏପରିକି ବଚସାରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି

ସୁଚନାନୁସାରେ, ଏପରି ବୀଭତ୍ସ ଘଟଣା ଆଜି ସନ୍ଧ୍ୟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁ ନିକଟରେ ଘଟିଛି । ମୃତ ଯୁବକ ଦୁଇ ଜଣ ହେଲେ ଚୁଲିମାଲ ଗାଁର ଓ ସହଦେବ ଝାଙ୍କର । ଉଭୟ ସମ୍ପର୍କରେ ଭାଇ । ଏମାନଙ୍କ ଭିତରେ ଜଣେ କନ୍ଷ୍ଟେବଲ ଓ ଅନ୍ୟ ଜଣେ ପିଏସ୍ଓ ଭାବେ ଚାକିରି କରୁଥିଲେ । ତେବେ କିଏ କାହାକୁ ଗୁଳି କରିଥିଲେ, ତାହା ଜଣାପଡ଼ି ନାହିଁ ।












Click it and Unblock the Notifications