ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଟିରେ ବସ ଓଲଟି ୨ ମୃତ
ଯାତ୍ରୀବାହୀ ବସ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ । ବସଟି ଗଜପତି ଜିଲ୍ଲା ରାୟଗଡରୁ ଆସୁଥିବା ବେଳେ କାନକଟା ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା

ବ୍ରହ୍ମପୁର: ବ୍ରହ୍ମପୁର କାନକଟା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ । ବସଟି ଗଜପତି ଜିଲ୍ଲା ରାୟଗଡରୁ ଆସୁଥିବା ବେଳେ କାନକଟା ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ସ୍ଥାୟୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି ।
ରିପୋର୍ଟ ଅନୁସାରେ ମୃତକ ୨ ମହିଳାଙ୍କ ପରିଚୟ ମିଳିଛି । ସେମାନେ ହେଲେ ସରସ୍ୱତୀ ଶବର ଏବଂ ସୁମତି ରଇତ । ବସଟି ଗଜପତି ଜିଲ୍ଲା ରାୟଗଡରୁ ୩୦ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ କାନକଟା ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications