ଆଜିଠୁ +୨ ଇଣ୍ଟରନାଲ୍‌ ପରୀକ୍ଷା: ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇଣ୍ଟରନାଲ୍ ଆସେସ୍ମେଣ୍ଟ ଡିସେମ୍ବର ୨୩ ତଥା ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଡିସେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଆସେସ୍ମେଣ୍ଟ ୧୦ କିମ୍ବା ୨୦ ମାର୍କ ବିଶିଷ୍ଟ ରହିବ।

ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଓ କରେସ୍ପୋଣ୍ଡେନ୍ସ ପାଠ୍ୟକ୍ରମର ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୧୦ ଓ ୨୦ ମାର୍କ ବିଶିଷ୍ଟ ପରୀକ୍ଷା କରାଯିବ। ଯାହାର ଅବଧି ୪୫ ମିନିଟ୍ ରଖାଯାଇଛି। ପ୍ରାକ୍ଟିକାଲ ତଥା ପ୍ରୋଜେକ୍ଟ ଥିବା ବିଷୟଗୁଡ଼ିକରେ ୨୦ ମାର୍କର ପରୀକ୍ଷା ହେବ ଏବଂ ସମୟ ଅବଧି ଦୁଇ ଘଣ୍ଟା ରହିବ।

ଯୁକ୍ତ୨ ଥିଓରି ପରୀକ୍ଷା ଫେବ୍ରୁ୍ଆରି ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ। ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହେବ। ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେବାକୁ ୩ଲକ୍ଷ ୯୨ ହଜାର ୮୬୭ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୪୬ ହଜାର ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ପ୍ରାୟ ୧ଲକ୍ଷ ୧୫ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକ ବିଭାଗରେ ୫,୭୦୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି।

2 Internal Exam from Today

ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍ ପୂର୍ବରୁ ହଲ୍ରେ ପ୍ରବେଶ ସହ ସିଟ୍ରେ ବସିବେ। ଥିଓରି ପୂର୍ବରୁ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୩୦, ୫୦ ଓ ୬୦ ମାର୍କର ପ୍ରାକ୍ଟିକାଲ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। ଯେତେବେଳେ କି ୧୫ ମାର୍କ ଥିବା ବିଷୟର ପ୍ରାକ୍ଟିକାଲ୍କୁ ୨ ଘଣ୍ଟା ଦିଆଯିବ।

ସୂଚନାଯୋଗ୍ୟ ଯେ ଏଣିକି ବାର୍ଷିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରି ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍ କରିବେ। ଇଣ୍ଟରନାଲ୍ ଆସେସ୍ମେଣ୍ଟରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରି ମାର୍କ ସହ ମିଶ୍ରଣ କରାଯାଇ ପାସ୍ ବୋଲି ଗଣାଯିବ ନାହିଁ।

ଉଦାହରଣ ସ୍ବରୂପ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ବିଷୟରେ ମୋଟ ୮୦ ମାର୍କର ପରୀକ୍ଷା ହେବ। ସେଥିରୁ ପରୀକ୍ଷାର୍ଥୀ ୨୪ ମାର୍କ ଅର୍ଥାତ୍ ୩୦% ମାର୍କ ରଖିଲେ ହିଁ ଉତ୍ତୀର୍ଣ୍ଣ ହେବେ। ଯଦି ଜଣେ ପରୀକ୍ଷାର୍ଥୀ ଇଣ୍ଟରନାଲ୍ ପରୀକ୍ଷାରେ ୨୦ରୁ ୧୮ ମାର୍କ ପାଇଥିବେ, ହେଲେ ଥିଓରି ପରୀକ୍ଷାରେ ୮୦ରୁ ୨୦ ମାର୍କ ରଖିବେ ତାହା ହେଲେ ତାଙ୍କୁ ଫେଲ୍ ବୋଲି ଘୋଷଣା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+