ହୋମଗାର୍ଡ ପରୀକ୍ଷାରେ ଆଉ ଜଣେ ମୃତ
ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ ଘଟଣା । ବର୍ତ୍ତମାନ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ଦୀପକ ପାଡ଼ାଲ । ଖବର ଅନୁସାରେ, ମୃତକଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁରର ବୋଲି ଜଣାପଡ଼ିଛି । ଶାରୀରିକ ପରୀକ୍ଷା ବେଳେ ଦୌଡ଼ିବା ବେଳେ ଅସୁସ୍ଥ ହୋଇଥିଲେ । ଦୀପକଙ୍କୁ ଗୁରୁତର ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ମେଡିକାଲ୍ ସୂତ୍ରରୁ ସୂଚନା ରହିଛି ।

ପ୍ରକାଶଥାଉକି, ଆଜି ସକାଳେ ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିଲା । ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀ ଟଳି ପଡିଥିଲେ । ଦୌଡୁଥିବା ସମୟରେ ସେଇଠି ଟଳିପଡିଥିଲେ ପରୀକ୍ଷାର୍ଥୀ ।












Click it and Unblock the Notifications