ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଅପରାହ୍ନ ୪ଟାରେ ପାଇବ ପ୍ରକାଶ

ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇ କହିଛନ୍ତି ଯେ, ଫଳ ପ୍ରକାଶନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଉ କୌଣସି ବିଳମ୍ବ ହେବ ନାହିଁ।

ଚଳିତ ବର୍ଷ ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ମଧ୍ୟରେ ଅନୁଷ୍ଠିତ ଯୁକ୍ତ ୨ ପରୀକ୍ଷାରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ କଳା ବିଭାଗରେ ୨,୪୭,୩୯୧, ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫,୭୨୧ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ପରୀକ୍ଷା ୧,୨୭୬ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଶ୍ନପତ୍ର ମହଜୁଦ ପାଇଁ ୨୦୫ଟି ହବ୍ ବ୍ୟବସ୍ଥା କରାଯାଇଥିଲା।

chse

ମନ୍ତ୍ରୀ ଗଣ୍ଡ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଫଳ ପାଇଁ ବ୍ୟସ୍ତ ନ ହେବାକୁ ଅନୁରୋଧ କରାଯାଇଛି। ଫଳାଫଳ ଅଫିସିଆଲ ୱେବସାଇଟ www.orissaresults.nic.in ଏବଂ www.chseodisha.nic.in ରେ ଉପଲବ୍ଧ ହେବ। ଏହାସହ, ଯୁକ୍ତ ୩ ଆବେଦନର ଶେଷ ତାରିଖ ଚଳିତ ମାସରେ ଥିବାରୁ, ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି ପାଇଁ ନିବେଦନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+