ଘର ଭାଙ୍ଗିଥିଲେ ୨ ହାତୀ, ମାଡ଼ ଖାଇଲେ ୫ କର୍ମଚାରୀ

ହାତୀ ପାଇଁ ବନ କର୍ମଚାରୀଙ୍କୁ ମାଡ଼ । ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ । ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ । ଡେଙ୍ଗେଇଢିପା ଗାଁ ଲୋକଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ

ବଣାଇ: ହାତୀ ପାଇଁ ବନ କର୍ମଚାରୀଙ୍କୁ ମାଡ଼ । ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ । ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ । ଡେଙ୍ଗେଇଢିପା ଗାଁ ଲୋକଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ । ସେପଟେ ଦେଢ ମାସରେ ଭାଙ୍ଗିଲେଣି ପ୍ରାୟ ଦେଢ଼ଶହ ଘର । ହାତୀକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେବା ପାଇଁ ଦାବି ନେଚେତ୍ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି କହିଛନ୍ତି ଗାଁ ଲୋକେ ।

ODISHA.ELEPHANT

ସୂଚନା ଅନୁସାରେ, ଗତକାଲି ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିଲେ ୨ ଦନ୍ତା ହାତୀ । ଏପରିକି ଦୀର୍ଘ ୨ ମାସ ହେଲା ପ୍ରାୟ ପ୍ରତ୍ୟକ ଦିନ ୨ଟି ହାତୀ ରାତିରେ ଗାଁରେ ପଶି ଘରଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ଗ୍ରାମବାସୀ ଭୟବିତ ଅବସ୍ଥାରେ ଦିନ କାଟୁଛନ୍ତି । ରାତି ରାତି ଅନିଦ୍ରା ହୋଇ ଘର ବାହାରେ ଜଗି ବସୁଛନ୍ତି । ପ୍ରାୟ ଦେଢ଼ ମାସ ଭିତରେ ଦେଢ଼ଶହ ଘର ଭାଙ୍ଗି ସାରିଲେଣି ୨ ଦନ୍ତା ହାତୀ ଏନେଇ ବାରମ୍ବାର ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ବନ ବିଭାଗ ମଧ୍ୟ ପ୍ରତ୍ୟକ ଦିନ ହାତୀଙ୍କୁ ଘଉଡାଉଛନ୍ତି ହେଲେ ହାତୀଙ୍କ ଉପଦ୍ରବ କମ୍ ହେଉ ନାହିଁ ।

କିଛି ଦିନ ପୂର୍ବରୁ ସିପିଏମ୍ ଓ ଗ୍ରାମବାସୀଙ୍କ ପକ୍ଷରୁ ବଣାଇ ଡିଏଫଓ ଅଫିସ ଘେରାଉ କରାଯାଇଥିଲା । ହାତୀ ଦୁଇଟିକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେବା ପାଇଁ ଦାବି କରିଥିଲେ ଲୋକେ । ହେଲେ କିଛି ସୁଫଳ ମିଳିନଥିଲା । ଗତକାଲି ହାତୀ ଘଉଡାଇବା ପାଇଁ ଆସିଥିବା ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏନେଇ ବଚସା ହୋଇଥିଲା। ପରେ ଗ୍ରାମବାସୀମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଲୋକଙ୍କ ଆକ୍ରମଣରେ ୫ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+