ସେଲ୍ପି ନେବା ହେଲା କାଳ, ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଜୀବନ
ମାଲକାନଗିରି: ସେଲ୍ପି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ଫାଝରଣ ଜଳପ୍ରପାତ ନିକଟରେ ଘଟିଛି ଅଘଟଣ । ମାଲକାନଗିରି ଜିଲ୍ଲା ଗୁମ୍ଫାଝରଣ ଜଳପ୍ରପାତ ନିକଟରେ ସେଲ୍ଟି ନେବା ବେଳେ ଦୁଇ ଜଣ ଯୁବକଙ୍କ ଚାଲିଗଲା ଜୀବନ ।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ଚାଲିଛି ରଜ ମହୋତ୍ସବ । ଚାରିଆଡେ ଉତ୍ସବ ମୁଖର ପରିବେଶ । ରଜ ପାଇଁ ଭୋଜି କରିବାକୁ ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତକୁ ଯାଇଥିଲେ କିଛି ଯୁବକ । ବୁଲାବୁଲି କରୁଥିବା ବେଳେ ଜଳପ୍ରପାତ ପାଖରେ ଥିବା ଏକ ପଥର ଉପରେ ସେଲଫି ଉଠାଉଥିଲେ କିଛି ଯୁବକ । ତେବେ ଅସାବଧାନତା କାରଣରୁ ୨ଜଣଙ୍କ ଗୋଡ ଖସିଯାଇଥିଲା ।
ଦୁହେଁ ଜଳପ୍ରପାତ ଭିତରେ ପଡିଯାଇଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିଥିଲେ ।












Click it and Unblock the Notifications