Get Updates
Get notified of breaking news, exclusive insights, and must-see stories!

ପୋଲିସ ଗାଡ଼ି ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

ବୌଦ୍ଧ:ପୋଲିସ ଗାଡ଼ିକୁ ପଟିଲା ଟ୍ରକ, ହୋମଗାର୍ଡ ଓ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । କମଳପୁର ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ବସ୍ ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା ।

ସୂଚନା ଅନୁସାରେ, ପୋଲିସ ଗାଡ଼ି-ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟ ହୋଇଛି ଏବଂ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଡ୍ରାଇଭର୍ ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର ।

accident news

ସେହିପରି ଆହତଙ୍କ ମଧ୍ୟରେ ଜଣେ ଏଏସଆଇ, ହୋମଗାର୍ଡ ଓ କନେଷ୍ଟବଳ ରହିଛନ୍ତି । ସମସ୍ତ ଆହତଙ୍କୁ ବୌଦ୍ଧ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ପୋଲିସର ଏହି ଟିମ୍ ରେସ୍କ୍ୟୁ ଅପରେସନ ସାରି ଏକ ପ୍ରାଇଭେଟ୍ ବୋଲେରୋରେ ଥାନାକୁ ଫେରୁଥିବା ବେଳେ ଜନାପଙ୍କ ଫାଣ୍ତି ଅନ୍ତର୍ଗତ କମଳପୁର ଛକ ନିକଟରେ ସୋନପୁରା ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସହିତ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା । ସେପଟେ ଟ୍ରକ୍ ଟ୍ରାଇଭର୍ ଫେରାର ଅଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+