ବିଦ୍ୟୁତ ତାର ଲାଗି ୨ ମୃତ୍ୟୁ ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଭଦ୍ରକ ତିହିଡି ନୂଆନନ୍ଦ ପାଟୁଆ ଯାତ୍ରା ସମୟରେ ଅଘଟଣ ଘଟଣାର ତଦନ୍ତ ନିର୍ଦ୍ଦେଶ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଗତକାଲି ପାଟୁଆ ଯାତ୍ରା ସମୟରେ ଡିଜେ ରେ ଇଲେଭେନ କେଭି ବିଦ୍ୟୁତ ତାର ଲାଗି ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ତିହିଡି ମେଡିକାଲରେ ଚିକିତ୍ସା କରାଯାଉଛି ।

Collector office bhadrak

ଜଣଙ୍କୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ତିହିଡି ନୁଆଁନନ୍ଦ ଗାଁରେ ପାଟୁଆ ଯାତ୍ରା ପାଇଁ ଡିଜେ ବଜେଇ ଯାଉଥିବା ସମୟରେ ରାସ୍ତା ଉପରେ ଯାଇଥିବା ଇଲେଭେନ କେଭି ତାର ସଂସ୍ପର୍ଶରେ ଆସିଥିଲା । ସୂଚନା ପାଇ ଭଦ୍ରକ ଜିଲ୍ଲାପାଳ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକଙ୍କ ସହ ବରିଷ୍ଠ ଅଧିକାରୀ ଭଦ୍ରକ ମେଡିକାଲରେ ପହଂଚିଥିଲେ । ବିନା ଅନୁମତିରେ ଡିଜେ ବାଜୁଥିବା ବେଳେ ତିହିଡି ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଫଳରେ ଏତେ ବଡ଼ ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+