ଲକ୍ଷ୍ମୀପୂଜା ଭାସାଣୀ ବେଳେ ଅଘଟଣ, ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୨ ମୃତ

ଲକ୍ଷ୍ମୀପୂଜା ଭାସାଣୀ ବେଳେ ଅଘଟଣ, ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୨ ମୃତ

କଟକ: ଜଗତପୁର ପଟ୍ଟାମୁଣ୍ତାଇ କେନାଲରେ ଭାସି ୨ ମୃତ । ଓଡ୍ରାଫ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ମୃତଦେହ ଉଦ୍ଧାର । ଏବେ ମଧ୍ୟ ଜଣଙ୍କର ମିଳୁନାହିଁ ପତ୍ତା । ଗତକାଲି ରାତିରେ ୪ଜଣ ଭାସି ଯାଇଥିବା ନେଇ ସୂଚନା ରହିଛି । ଓଡ୍ରାଫ୍, ଅଗ୍ନିଶମ କର୍ମଚାରୀ, ପୋଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ନିଖୋଜ ଯୁବକମାନେ ହେଲେ ତ୍ରିଲୋଚନ ମହଲା, ନିଲୁ ସାହୁ ଓ ବାଦଲ ସାହୁ। ତ୍ରିଲୋଚନ ମହଲା ଓ ନିଲୁ ସାହୁଙ୍କ ଘର ଚାଉଳିଆଗଞ୍ଜରେ ହୋଇଥିବା ବେଳେ ବାଦଲ ସାହୁଙ୍କ ଘର ଚୌଦ୍ୱାର ଅଞ୍ଚଳରେ ।

ODISHA
ସୂଚନା ଅନୁସାରେ, ଗତକାଲି ଚୌଦ୍ୱାରରେ ଲକ୍ଷ୍ମୀପୂଜା ଭାସାଣୀ ଦେଖିବା ପାଇଁ ଯାଇଥିବା ସମୟରେ ଘଟିଥିଲା ଦୁର୍ଘଟଣା । ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିବା ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ । ଯୁବକଙ୍କୁ ଉଦ୍ଧାର କରିବାକୁ ପାଇଁ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ । ଯାହା ପରଠୁ ୪ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ଉପସ୍ଥିତ ଲୋକେ ଜଣଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ହେଲେ ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା । ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ସେମାନଙ୍କୁ ଖୋଜାଖୋଜି
କରୁଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+