ଝଗଡ଼ା ସମାଧାନ ବେଳେ ୨ କନଷ୍ଟେବଳଙ୍କୁ ଛୁରୀ ମାଡ଼,ଗୁରୁତର ଅବସ୍ଥାରେ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର ସୂଚନା

ବିବାଦର ସମାଧାନ କରିବାକୁ ଯାଇ ଟେନସା ଫାଣ୍ଡିର ୨ଜଣ କନଷ୍ଟେବଳ ଛୁରା ମାଡ଼ ଖାଇଲେ। ଝଗଡ଼଼ା ସମାଧାନ ପାଇଁ ଯାଇଥିବାବେଳେ ସେମାନଙ୍କୁ ଛୁରୀ ଭୁସିଦେଇଥିଲେ। ଉଭୟ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଉଭୟ କନଷ୍ଟେବଳଙ୍କୁ ଉଦ୍ଧାର ପରେ ପୁଲିସ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାକୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

2 constables

ମିଳିଥିବା ସୂଚନା ଅନୁଯାୟୀ ଟେନ୍‌‌ସା ଫାଣ୍ଡି ଅନ୍ତର୍ଗତ ସି-ବ୍ଲକ ଅଞ୍ଚଳରେ ୨ ପରିବାର ମଧ୍ୟରେ ଝଗଡ଼଼ା ଲାଗିଥିଲା। ଖବର ପାଇ ଝଗଡ଼଼ା ସମାଧାନ କରିବାକୁ ସେଠାକୁ ଯାଇଥିଲେ। ଉଭୟ ପରିବାର ମଧ୍ୟରେ ଲାଗିଥିବା ବିବାଦ ସମାଧାନ କରିବାକୁ ଉଦ୍ୟମ ଚଳାଇଥିବାବେଳେ ୨ କନଷ୍ଟେବଳଙ୍କୁ ସେମାନେ ଛୁରୀ ଭୁସି ଦେଇଥିଲେ। ଫଳରେ ଉଭୟ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+