ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼; ଆସିଲା ହତ୍ୟା ଅଭିଯୋଗ !
ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହି ଘଟଣା ନେଇଛି ନୂଆମୋଡ଼। ହତ୍ୟା ବୋଲି ହୋଇଛି ଅଭିଯୋଗ।
ପୁଲିସ୍ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ହାଇୱାକୁ ଜବତ କରିଛି । ତା' ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼। ଆସିଲା ହତ୍ୟା ଅଭିଯୋଗ, ଥରେ ନୁହେଁ କାରକୁ ୩ ଥର ପିଟିଥିଲା ହାଇୱା । ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଛି ।

ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା ନେଇଛି ନୂଆମୋଡ଼। ଏହା ଦୁର୍ଘଟଣା ନୁହେଁ, ହତ୍ୟା ବୋଲି ହୋଇଛି ଅଭିଯୋଗ। ନିଜେ ଆହତମାନେ କରିଛନ୍ତି ଏହି ଅଭିଯୋଗ।
ଏହି ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁରେଶ ଛନ୍ଦ କହିଛନ୍ତି ଯେ ହାଇୱା ପ୍ରଥମେ ସେମାନଙ୍କ କାରର ଗୋଟିଏ ପାର୍ଶ୍ୱରେ ଧକ୍କା ଦେଇଥିଲା। ତା'ପରେ ୧୦୦/୧୫୦ ମିଟର ପରେ ପୁଣି ଥରେ ଧକ୍କା ଦେଇଥିଲା । ଏଥର କାର ପଛରେ ଧକ୍କା ଦେଇଥିଲା । ଏହା ପରେ ଆମର ଅନୁଭବ ହେଲା ଯେ କେହି ଆମକୁ ମାରିବାକୁ ଚାହୁଁଛନ୍ତି । ଏଣୁ ଆମେ କାରକୁ ଜାତୀୟ ରାଜପଥରୁ ଓହ୍ଲାଇ ଏକ କଚ୍ଚା ରାସ୍ତାକୁ ପଳାଇ ଯାଇଥିଲୁ ।
ସେହି ରାସ୍ତାରେ ଆମେ ପ୍ରାୟ ୩୦୦ ମିଟର ଯାଇଥିବା ବେଳେ ଉକ୍ତ ହାଇୱା ପୁଣି ଥରେ ଆସି ପଛ ପଟୁ ଧକ୍କା ଦେଇଥିଲା ଓ କାର ଓଲଟି ପଡ଼ିଥିଲା। ଦୁର୍ଘଟଣା ହୋଇଥିଲେ ଜଣେ ଥରେ ପିଟିଥା'ନ୍ତା। ଗୋଡ଼େଇ ଗୋଡ଼େଇ ତିନି ଥର କାହିଁକି ଧକ୍କା ଦେବ?
ଦୁଇ ଜଣଙ୍କ ସହିତ ଆହତ ସୁରେଶ ଛନ୍ଦ ଓ ରାମ ନାରାୟଣ ପଣ୍ଡା କାରର ପଛ ସିଟ୍ରେ ବସିଥିଲେ। ସେମାନେ ଭୁବନେଶ୍ୱରରୁ ଟ୍ରେନ୍ରେ ସମ୍ବଲପୁର ଫେରିଥିଲେ। ସେଠାରୁ କାରରେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।












Click it and Unblock the Notifications