ସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ
ସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ
ପାଟଣାଗଡ଼ : ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ। ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ମରୁଆ ଛକ ନିକଟରେ ଏହା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟ ହୋଇଛି। ବାଇକ ଆରୋହୀ ଦ୍ୱୟ ପଦ୍ମପୁର ପଟୁ ପାଟଣାଗଡ଼ ପଟକୁ ଆସୁଥିବା ବେଳେ ପାଟଣାଗଡ଼ ପଟୁ ଏକ ଅଜଣା ଗାଡି ପଦ୍ମପୁରକୁ ଯାଉଥିବା ବେଳେ ମରୁଆ ଛକରେ ଧକ୍କା ଦେବାରୁ ଉଭୟ ଜଣଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟ ହୋଇଥିବାର ଦେଖିବାକୁ ମିଳିଛି ।

ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ତଦନ୍ତ ପରେ ମୃତକଙ୍କ ପରିଚୟ ଜଣାପଡିବ । ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ କୁମାର ପ୍ରଧାନ ଶବକୁ ଆମ୍ବୁଲାନ୍ସରେ ପଠାଇଛନ୍ତି । ତେବେ ପୋଲିସର ତଦନ୍ତ ପରେ ଆହୁରି ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।












Click it and Unblock the Notifications