ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ
ଭୁବନେଶ୍ୱର: ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ଆଜି +2ର ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ଅନ୍ୟପଟେ ଆସନ୍ତା ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାରେ ପରବର୍ତ୍ତନ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକାଡେମିକ କାଉନସିଲ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ରେ ଏନେଇ ଘୋଷଣା କରାଯାଇ ପାରେ । ଏହାସହ ଆସନ୍ତା ବର୍ଷଠାରୁ ଗୋଟିଏ ଦିନକେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।

ସୂଚନାଥାଉ ଯେ,ଯୁକ୍ତ ଦୁଇର ବିଜ୍ଞାନର ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ୭୮, ୯୩୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର୍ ୮୪.୯୩ ପ୍ରତିଶତ ରହିଛି । ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ୯,୫୩୬ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି ।












Click it and Unblock the Notifications