ରାଜଧାନୀରୁ ହାତୀ ଦାନ୍ତ ଜବତ:୨ ଗିରଫ
ରାଜଧାନୀରୁ ହାତୀ ଦାନ୍ତ ଜବତ । ୨ ଅଭିଯୁକ୍ତ ଗିରଫ । ଗତକାଲି ସଂଧ୍ୟାରେ କମିସନରେଟ୍ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମୈତ୍ରୀବିହାର ପୋଲିସ ପକ୍ଷରୁ ସୈନିକ ସ୍କଲ ଛକ ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରିଥିଲା ।

ଭୁବନେଶ୍ୱର: ରାଜଧାନୀରୁ ହାତୀ ଦାନ୍ତ ଜବତ । ୨ ଅଭିଯୁକ୍ତ ଗିରଫ । ଗତକାଲି ସଂଧ୍ୟାରେ କମିସନରେଟ୍ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମୈତ୍ରୀବିହାର ପୋଲିସ ପକ୍ଷରୁ ସୈନିକ ସ୍କୁଲ ଛକ ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରିଥିଲା । ଯେଉଁ ସମୟରେ ଗୋଟିଏ ବାଇକରେ ଦୁଇଜଣ ବ୍ୟକ୍ତି ହାତୀଦାନ୍ତ ଚାଲାଣ କରୁଥିବା ବେଳେ ଧରା ପଡିଥିଲେ । ପୋଲିସ ପଚରା ଉଚରା କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।
ସୂଚନା ଅନୁସାରେ, ଦୁଇ ବ୍ୟକ୍ତି କନ୍ଧମାଳର ଗରୀବ କୁମାର ନାରାୟଣ ଏବଂ ଦୀପକ ସାହୁ । ସେମାନଙ୍କ ନିକଟରୁ ୩କେଜି ଓଜନର ହାତୀଦାନ୍ତ ଜବତ କରାଯାଇଛି । ଏଥିସହ ପୋଲିସ ୩ ଟି ମୋବାଇଲ ଏବଂ ଟଙ୍କା ମଧ୍ୟ ଜବତ କରିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ପୋଲିସ ଦେଇଥିବା ସୂଚତନା ଅନୁସାରେ, ଦୁଇ ଅଭିଯୁକ୍ତ ଭବାନୀପାଟଣାରୁ ହାତୀ ଦାନ୍ତ ଭୁବନେଶ୍ୱର ବିକ୍ରି କରିବା ପାଇଁ ଆଣିଥିଲେ । ଏହି ରାକେଟ୍ କନ୍ଧମାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ନେଇ ସୂଚନା ରହିଛି ।












Click it and Unblock the Notifications