ରାଜ୍ୟରେ ହେଲାଣି ୨.୮୦ କୋଟି କୋଭିଡ୍ ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ହେଲାଣି ୨.୮୦ କୋଟି କୋଭିଡ୍ ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ୨.୮୦ କୋଟି କୋଭିଡ୍ ଟିକାକରଣ ଶେଷ ହେଲାଣି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି । ଗତକାଲି ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ୪ଲକ୍ଷ ୧୬ହଜାର ୪୫୪ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଜାନୁୟାରୀ ୧୬ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏବେସୁଦ୍ଧା ୨କୋଟି ୮୦ଲକ୍ଷ ଟିକାକରଣ ହୋଇଥିବାବେଳେ ଏଥିରେ ୬୬ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏବେ ରାଜ୍ୟ ସରକାରଙ୍କ ପାଖରେ ୨୨ଲକ୍ଷ ଟିକା ମହଜୁଦ ହୋଇ ରହିଛି । ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ଓଡ଼ିଶାରେ ଗୋଟିଏ ଦିଗରେ ୪.୧୬ଲକ୍ଷ ଟିକା ପ୍ରଦାନ କରାଯିବାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଏହା ଏକ ମାଇଲଖୁଣ୍ଟ ବୋଲି କହିଥିଲେ । ଏଥିପାଇଁ ସେ ସ୍ୱାସ୍ଥ୍ୟକର୍ମୀମାନଙ୍କର ପ୍ରତିବଦ୍ଧତା ଓ କଠିନ ପରିଶ୍ରମକୁ ପ୍ରଂଶସା କରିଥିଲେ।












Click it and Unblock the Notifications