ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ e-KYC କରିନାହାନ୍ତି ବୋଲି ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । nbsp;e-KYC କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି।ଯଦି ଚାଉଳ ଯାଉନି ସେମାନେ e-KYC କଲେ ସରକାର ଚାଉଳ ଦେବେ। e-KYC କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବ ସରକାର । କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ୍ ଅବସ୍ଥାରେ ରହିବ । ୩ ମାସରେ e-KYC ନକଲେ କାର୍ଡ ଗୁଡ଼ିକ କାଟିଦେବେ ସରକାର। ନେଟୱର୍କ ନଥିବା ଜିଲ୍ଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛି । ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ।