ମହିଳା ସଶକ୍ତିକରଣ ପାଇଁ ବଜେଟରେ ମିଶନ ଶକ୍ତିକୁ ୨ ହଜାର କୋଟି
ମୋଟ୍ ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ବେଳେ ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଭୁବନେଶ୍ବର: ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ୍ ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ବେଳେ ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଯେଉଁଠି ମିଶନ ଶକ୍ତି ଯୋଜନାରେ SHGଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଗୃହ ନିର୍ମାଣ ପାଇଁ ୧୭୬ କୋଟି ବ୍ୟୟବରାଦ ହୋଇଛି । ମୁଁ 'ମମତା' ଯୋଜନାରେ ୨୪୭ କୋଟି ଓ
ଆଶିର୍ବାଦ ଅଧିନରେ ୪୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ବଜେଟ୍ ଉପସ୍ଥାପନ ବେଳେ ମନ୍ତ୍ରୀ କହିଛନ୍ତି, 'ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନ ପୂରଣ ହୋଇଛି । ମାତ୍ର ଦୁଇ ଦଶଦ୍ଧିରେ ମିଶନ ଶକ୍ତି ୬ ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳାଙ୍କୁ ଏକାଠି କରିପାରିଛି । ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନରେ ଗଠିତ ଏସଏଚଜିମାନଙ୍କ ପାଇଁ ସ୍ଥାନୀୟ ଜୀବିକା ଉପାର୍ଜନ ସୁଯୋଗ ସୁନିଶ୍ଚିତ ହୋଇପାରିଛି । ମିଶନ ଶକ୍ତି ମହିଳାଙ୍କୁ ନୂଆ ପରିଚୟ ଦେଇପାରିଛି । ଜନ୍ମଦାତ୍ରୀରୁ ଏବେ ମା'ମାନଙ୍କୁ ନିର୍ଣ୍ଣୟକାରୀ ଭାବେ ଗ୍ରହଣ କରାଗଲାଣି ।'
ଅନ୍ୟପଟେ ଜାତୀୟ ଗ୍ରାମୀଣ ମିଶନ ଲାଗି ୧ ହଜାର ୩୯ କୋଟିର ବ୍ୟୟବରାଦ ହୋଇଛି । ମିଶନ ଶକ୍ତିରେ ଆର୍ଥିକ ସହାୟତା ଲାଗି ୭୭୩ କୋଟି, ମହିଳା ଏସଏଚଜିର ଗୃହ ନିର୍ମାଣ ଲାଗି ୧୭୬ କୋଟି, ମମତା ଯୋଜନା ଲାଗି ୨୪୭ କୋଟି, ବିଜୁ ସୁରକ୍ଷା ଓ ଆଶୀର୍ବାଦ ଯୋଜନା ଲାଗି ୪୩ କୋଟି, ପିଲାଙ୍କୁ ୟୁନିଫର୍ମ ଲାଗି ୭୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି ସକ୍ଷମ ଅଙ୍ଗନବାଡ଼ି, ପୋଷଣ 2.0 ଲାଗି ୨,୩୯୭ କୋଟି, ଆଇସିଡିଏସ ସହାୟତା ଲାଗି ୪୧୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।












Click it and Unblock the Notifications