ଦାଦନ ସମସ୍ୟାର ନିରାକରଣ ନେଇ ଟାସ୍କଫୋର୍ସର ପ୍ରଥମ ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠନ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଅନ୍ୟ ବିଭାଗର ମନ୍ତ୍ରୀଗଣ, ଅତିରିକ୍ତ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସର୍ ପ୍ରଥମ ବୈଠକରେ ଦାଦନ ଯିବା କାରଣ ଓ ଏହାର ସମାଧାନ ଉପରେ ସଭିଏଁ ନିଜ ନିଜର ମତବ୍ୟକ୍ତ କରିଥିଲେ । ବୈଠକରେ ଶ୍ରୀ ସିଂହଦେଓ ଅଧ୍ୟକ୍ଷତା କରି କହିଥିଲେ ଯେ, ଲୋକଙ୍କୁ ସ୍ଥାୟୀ ଜୀବିକା କିମ୍ବା ରୋଜଗାରର ପନ୍ଥା ଯୋଗାଇ ଦେବା ସହ ଦଲାଲ (ଲେବର୍ ସର୍ଦ୍ଦାର)କୁ ହଟାଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାରେ କମିଯିବ ।

ଅଧିକ ରୋଜଗାରର ଅଧା ଦେଖାଇ ସେମାନେ ଦିନମଜୁରିଆଙ୍କୁ ପ୍ରଲୋଭିତ କରନ୍ତି । କିନ୍ତୁ ପରେ ସେମାନଙ୍କୁ ଠିକ ଭାବରେ ପାରିଶ୍ରମିକ ନ ଦେଇ ଦିନରାତି ଖଟାନ୍ତି। ସେଥିପାଇଁ ସରକାରଙ୍କ ତରଫରୁ ଏହି ଟାସ୍କଫୋର୍ସ ଗଠନ କରାଯାଇ ରଣନୀତି ପ୍ରସ୍ତୁତ କରାଯାଉଛି । ଦାଦନ ଭାବେ ବାହାର ରାଜ୍ୟକୁ କିମ୍ବା ଦେଶକୁ ଯାଉଥିବା ବ୍ୟକ୍ତି ପ୍ରଥମେ ନିଜକୁ ପଞ୍ଜିକରଣ କରାନ୍ତୁ । ଯାହାଫଳରେ ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସରକାର ଆବଶ୍ୟକ ମୁତାବକ ସାହାଯ୍ୟ ଯୋଗାଇ ଦେଇପାରିବେ ।

ଲେବର୍ କଣ୍ଟ୍ରାକ୍ଟରମାନେ ମଧ୍ୟ ଲାଇସେନ୍ସ ପ୍ରାପ୍ତ ହୋଇଥିବା ଆବଶ୍ୟକ। ସମୟ ସମୟରେ ସେମାନଙ୍କର ଯାଞ୍ଚ କରାଯାଉ । ଅବୈଧ କଣ୍ଟ୍ରାକ୍ଟର ପକ୍ଷେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ଦାଦନ ବିସ୍ଥାପିତଙ୍କ ତଥ୍ୟ ରଖିବା ପାଇଁ ଏକ ମୋବାଇଲ ଆପ ବିକାଶ ଏବଂ ଦାଦନ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ଼ କରାଯିବାର ଯୋଜନା କରିଛନ୍ତି ।

1st meeting

ସୂଚନାଯୋଗ୍ୟ ଯେ, କୋଭିଡ ୧୯ ପରବର୍ତ୍ତୀ ସମୟରେ ପ୍ରାୟ ୮.୩୮ଲକ୍ଷ ଦାଦନ ଓଡ଼ିଶା ଫେରିଥିଲେ । ୨୦୨୪ ବର୍ଷରେ ପ୍ରାୟ ୧୦୩୬ ଜଣକୁ ଲେବର୍ ଲାଇସେନ୍ସ ପ୍ରଦାନ କରାଯାଇଛି ଏବଂ ୯୬ ଥର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଭଳି ୪ଟି ଜିଲ୍ଲାର ୨୦ ଟି ବ୍ଲକର ୨୯ଟି ଗ୍ରାମ ପଂଚାୟତରେ ସର୍ଭେ କରାଯାଇଛି ।

ଏହି ସମସ୍ୟାର ନିରାକରଣ ପାଇଁ ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ସହ ସଠିକ ସମୟରେ ଏହି ପାରିଶ୍ରମିକ ସେମାନଙ୍କୁ ଯୋଗାଇବା ଆବଶ୍ୟକ । ISMW ଆକ୍ଟ, ୧୯୭୯ ଅନ୍ତର୍ଗତ ଅବାଧ ଚାଲାଣ କୁ ରୋକିବା ପାଇଁ ଟ୍ରାକିଂ ଓ ଆବଶ୍ୟକସ୍ଥଳେ ରେଡ୍ ପୁଲିସ ତଥା ପ୍ରଶାସନର ମିଳିତ ଉଦ୍ୟମରେ ହେବା ଦରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ୧୮୦୦୩୪୫୬୭୦୩ ନାମକ ଏକ ଟୋଲ ଫ୍ରି ନମ୍ବର ଯୋଗାଇ ଦିଆଯାଇଛି ଏହାର ସହାୟତା ନେଇପାରିବେ। ଗ୍ରାମ ତଥା ପଂଚାୟତସ୍ତରରେ ସଚେତନତା ତଥା ସ୍ଥାୟୀ ରୋଜଗାର ସୃଷ୍ଟି ଏବଂ ସରକାରଙ୍କ ପ୍ରଣୀତ ସେବା ଯଥା ବ୍ୟାଙ୍କ, ୟୁପିଆଇ ଭଳି ସେବାର ବ୍ୟବହାର କରିବା ଦ୍ୱାରା ଏହାର ସମାଧାନ ହୋଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+