ଓଡ଼ିଶାର ୧୯ ଜଣଙ୍କୁ ପୋଲିସ ସେବା ପଦକ
Police Service Medal: ଓଡ଼ିଶାର ୧୯ ଜଣ ପୋଲିସ କର୍ମଚାରୀ ପାଇବେ ସେବା ପଦକ । ୨ ଜଣଙ୍କୁ ରାଷ୍ଟ୍ରପତି, ୬ଜଣଙ୍କୁ ସାହସିକତା ଓ ୧୧ ଜଣଙ୍କୁ ପ୍ରଶଂସନୀୟ ପଦକ ଦିଆଯିବ। ସୁପରିଣ୍ଟେଣ୍ତେଣ୍ଟ ପୋଲିସ ସରୋଜ ସାମଲଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ । କନେଷ୍ଟେବଲ ସତ୍ୟବାଦୀ ମଲ୍ଲିକଙ୍କ ପ୍ରଦାନ କରାଯିବ ରାଷ୍ଟ୍ରପତି ପୁରସ୍କାର । ସେହିପରି ୬ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ସାହସିକତା ପୁରସ୍କାର ।

ସେହିପରି ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ପୁରସ୍କାର ପ୍ରଦା କରାଯିବ । ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ । ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର ପ୍ରଦାନ କରାଯିବା ଏବଂ ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ । ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ।












Click it and Unblock the Notifications