କାଲିଠାରୁ ୧୮ ତମ ପ୍ରବାସୀ ଭାରତୀୟ ଦିବସ: ୭୦ ରାଷ୍ଟ୍ରରୁ ୪ ହଜାରରୁ ଅଧିକ ପ୍ରବାସୀ
କାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟଙ୍କ ମହାମେଳି। ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ ସାମିଲ୍ ହେବେ । ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ୱର ସହର। କାନ୍ଥବାଡ଼ରେ ଓଡ଼ିଶା ଚିତ୍ରକଳାର ଛାପ। ଆଲୋକମାଳାରେ ଝଲସୁଛି ପୁରା ସହର।
ଭୁବନେଶ୍ୱର ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ଚିଲିକାର ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖାଇବାକୁ ସମାନ୍ତରାଳ ଭାବେ ଚାଲିଛି ସପ୍ତାହ ବ୍ୟାପୀ ଚିଲିକା ବିହଙ୍ଗ ଉତ୍ସବ । ଆଉ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କୋଣାର୍କ ସୂର୍ଯ୍ୟମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି।

ଗତକାଲି କୋଣାର୍କ ଇକୋ ରିଟ୍ରିଟରେ ରାତ୍ରୀଯାପନ ପରେ ଆଜି ସକାଳ ୯ଟା ବେଳେ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିଛନ୍ତି ଜୟଶଙ୍କର। ପ୍ରବାସୀ ଭାରତୀୟଙ୍କ କୋଣାର୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଓ SPଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ସୁରକ୍ଷା ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ଓ ଅନ୍ୟାନ୍ୟ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ଜାନୁଆରୀ ୮ରେ ଜନତା ମଇଦାନରେ ପାଳନ ହେବ ଯୁବ ପ୍ରବାସୀ ଭାରତୀୟ ଦିବସ। ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଥିମ୍ ପାଭିଲିୟନ ବି ଉଦଘାଟନ କରିବେ ମୋଦି। ଏଠାରୁ ଭର୍ଚୁଆଲ ମୋଡ୍ ରେ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟୁରିଷ୍ଟ ଟ୍ରେନ୍ 'ପ୍ରବାସୀ ଭାରତୀୟ ଏକ୍ସପ୍ରେସ'ର ମଧ୍ୟ ଲୋକର୍ପଣ କରିବେ।












Click it and Unblock the Notifications