୧୮ତମ ପ୍ରବାସୀ ଭାରତୀୟ ଦିବସ: ୪୫ଟି ଦେଶରୁ ୧୪୯୩ଜଣ କଲେଣି ପଞ୍ଜୀକରଣ

୮ତାରିଖରୁ ରାଜଧାନୀରେ ଆରମ୍ଭ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ । ଏଥିରେ ୪୫ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଯୋଗଦେବେ। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପ୍ରବାସୀଙ୍କୁ ରାଜକୀୟ ଆତିଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି।

ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରାୟ ୭ହଜାର ପ୍ରବାସୀ ଯୋଗଦେଇପାରନ୍ତି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୯୯୪ ଜଣ ଏଥିରେ ଯୋଗଦେବାକୁ ନାମ ପଞ୍ଜୀକରଣ କରିବା ସହ ହୋଟେଲ୍ ବୁକିଂ କରିସାରିଲେଣି। ଏଥିରୁ ୪୫ଟି ଦେଶର ୧୪୯୩ଜଣ ଥିବାବେଳେ ଭାରତର ବିଭିନ୍ନ ରାଜ୍ୟରୁ ୫୦୧ଜଣ ପଞ୍ଜୀକରଣ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ଜାଣିବାକୁ ମିଳିଛି।

18th pravasi bharatiya diwas
ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮୧ଜଣ ଏଥିରେ ଯୋଗଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ୨୧ଟି ରାଜ୍ୟରୁ ପ୍ରତିନିଧି ଏହି କାର୍ଯ୍ୟକ୍ରମରୁ ଯୋଗଦେବା ନେଇ ନିଶ୍ଚିତ କରିଛନ୍ତି। ସବୁଠୁ ଅଧିକ କେରଳରୁ ୬୭, କର୍ଣ୍ଣାଟକରୁ ୫୫, ମହାରାଷ୍ଟ୍ରରୁ ୪୯, ଉତ୍ତରପ୍ରଦେଶରୁ ୪୭, ଗୁଜୁରାଟରୁ ୨୩, ଦିଲ୍ଲୀରୁ ୨୨, ହରିୟାଣାରୁ ୨୨, ତେଲେଙ୍ଗାନାରୁ ୨୦, ତାମିଲନାଡ଼ୁରୁ ୧୮, ରାଜସ୍ତାନରୁ ୧୬, ପଶ୍ଚିମବଙ୍ଗରୁ ୧୧ ଜଣ ଆସିବାକୁ ନାମ ପଞ୍ଜୀକରଣ କରିବା ସହ ହୋଟେଲ ବୁକିଂ କରିଛନ୍ତି। ବାକି ରାଜ୍ୟରୁ ଏକ ଅଙ୍କ ବିଶିଷ୍ଟ ପ୍ରତିନିଧି ଆସିବାକୁ ଏବେ ସୁଦ୍ଧା ପଞ୍ଜୀକରଣ କରିଛନ୍ତି।

ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ପ୍ରବାସୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିବେ ସେମାନଙ୍କୁ ଯେପରି ସୁବିଧାରେ ହୋଟେଲ ରୁମ୍ ମିଳିବ ସେଥିପାଇଁ ପୁରୀ, ଭୁବନେଶ୍ବର ଓ କଟକରେ ବିଭିନ୍ନ ହୋଟେଲରେ ରୁମ୍ ରଖାଯାଇଛି । ପ୍ରବାସୀମାନେ ତାଙ୍କ ପଞ୍ଜୀକୃତ ନମ୍ବର ଦେଇ ହୋଟେଲ ରୁମ୍ ବୁକିଂ କରିପାରୁଛନ୍ତି।

ସବୁ ବର୍ଗର ପ୍ରବାସୀ ଆସୁଥିଲେ ହେଁ ମୁଖ୍ୟତଃ ବୟସ୍କ ବର୍ଗ ବା ୫୦ବର୍ଷରୁ ଅଧିକ ବୟସର ପ୍ରବାସୀ ଓଡ଼ିଶା ଆସିବାକୁ ପସନ୍ଦ କରିଛନ୍ତି। ଆସିବା ନେଇ ହୋଟେଲ୍ ରୁମ୍ ବୁକ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦୮୫ଜଣଙ୍କର ବୟସ ୫୦ରୁ ଅଧିକ। ୨୦ବର୍ଷରୁ କମ୍‌ ୩୦ଜଣ, ୨୦ରୁ ୩୫ବର୍ଷର ୧୮୪ଜଣ, ୩୫ରୁ ୫୦ବର୍ଷ ମଧ୍ୟରେ ୬୯୫ଜଣ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+