ରାଜ୍ୟରେ ଛାଇ ଗଲାଣି ‘ବ୍ଲାକ ଫଙ୍ଗସ’ର କଳା ବାଦଲ- ୧୨୯ ସଂକ୍ରମିତ, ୧୮ ମୃତ୍ୟୁ, ସୁସ୍ଥ ହୋଇଛନ୍ତି କେବଳ ୧୨ ଜଣ
ରାଜ୍ୟରେ ଧିରେ ଧିରେ ବଢୁଛି ‘ବ୍ଲାକ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା । ଏହାରି ଭିତରେ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁର କଳା ଛାୟା ସହ ଢାଙ୍କି ହୋଇଗଲାଣି 'ବ୍ଲାକ ଫଙ୍ଗସ'ର କଳା ବାଦଲ । ରାଜ୍ୟରେ ଧିରେ ଧିରେ ବଢୁଛି 'ବ୍ଲାକ ଫଙ୍ଗସ' ରୋଗୀଙ୍କ ସଂଖ୍ୟା । ଏହାରି ଭିତରେ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ମେ ୧୦ ତାରିଖରେ ଓଡିଶାରୁ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲ୍ଲାରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଓ ଖୋର୍ଦ୍ଧାରୁ ୨୧ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮ ଜଣ, ଅନୁଗୁଳ ଓ କଟକରୁ ୭ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧର ଅଭାବ ରହିଛି । ଆଣ୍ଟି ଫଙ୍ଗାଲ ଔଷଧର ଅଭାବ ଯୋଗୁଁ ଚିକିତ୍ସା ବାଧାପ୍ରାପ୍ତ ହେଉଛି ।
ସେହିପରି ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଉପରେ ପ୍ରତିକ୍ରିୟା ରଖି ଜନସସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀରୁ ଏବେ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ରାଜ୍ୟର ଅନ୍ୟ କୈଣସି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବା ସେ କହିଛନ୍ତି।












Click it and Unblock the Notifications