କାଲି ଜାରି ହେବ ପିଏମ୍ କିଶାନ ନିଧି ଯୋଜନାର ସପ୍ତଦଶ କିସ୍ତି; ବରଗଡ଼ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କାଲି ଜାରି ହେବ ପିଏମ୍ କିଶାନ ନିଧି ଯୋଜନାର ସପ୍ତଦଶ କିସ୍ତି । ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ ହେବ କାର୍ଯ୍ୟକ୍ରମ। ସଂଧ୍ୟା ସାଢ଼େ ୪ରୁ ୭ଟା ଯାଏଁ ଆୟୋଜନ ହେବ କାର୍ଯ୍ୟକ୍ରମ।

ବରଗଡ଼ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗଦେବେ । ଅନ୍ୟ ଜିଲ୍ଲାଗୁଡ଼ିକରେ ଅନ୍ୟମନ୍ତ୍ରୀମାନେ ଯୋଗଦେବେ।
ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଠିକ୍ ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ସୋମବାର ପିଏମ ମୋଦି କିସାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି । ଦେଶର ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜନାରେ 17 ତମ କିସ୍ତି । ମୋଦିଙ୍କ ଏହି ନିଷ୍ପତ୍ତି ପରେ 9.3 କୋଟି ଚାଷୀ ଉପକୃତ ହେବେ ଏବଂ 30 ଲକ୍ଷ ଚାଷୀଙ୍କୁ ପ୍ରାୟ 20 ହଜାର କୋଟି ଟଙ୍କା ମିଳିବ । ଟାଷୀଙ୍କ କଲ୍ୟାଣ ମୋଦି ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ମୋଦି ।
ଏହାପୂର୍ବରୁ ଫେବୃଆରୀରେ ପ୍ରଧାନମନ୍ତ୍ରୀ PM Kisan Samman Nidhi ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ 16 ତମ କିସ୍ତି ମୁକ୍ତ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନା ଯୋଜନା କ'ଣ? କେନ୍ଦ୍ର ସରକାରଙ୍କ ପ୍ରପ୍ରଧାନ ମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ 6,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି ପ୍ରତି ଚାରି ମାସରେ । 2000-2000 ଟଙ୍କାର ତିନୋଟି କିସ୍ତି କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି । ଏହି ଯୋଜନା ଅଧିନରେ ପ୍ରତି ଚାରି ମାସରେ ଥରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥାଏ ।












Click it and Unblock the Notifications