ରାଜ୍ୟରେ ୩ ବର୍ଷରେ ୧୭ ହଜାର ୭ ଶହ ୭୮ ଆତ୍ମହତ୍ୟା ମାମଲା; ୨୧୮ ଛାତ୍ର, ୨୬୩ ଛାତ୍ରୀ
ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ବିଶେଷ କରି ଯୁବ ସମାଜରେ ଏଭଳି ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ରାଜ୍ୟରେ୩ ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ଆତ୍ମହତ୍ୟା ମାମଲା । ୩ ବର୍ଷରେ ୨୧୮ ଛାତ୍ର କରିଛନ୍ତି ଆତ୍ମହତ୍ୟା। ସେହିପରି ୩ ବର୍ଷ ରେ ୨୬୩ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ୨୦୨୩ ରେ ସର୍ବାଧିକ ୧୦୪ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ବିଧାନସଭାରେ ଏନେଇ ଉତ୍ତର ରଖୁଛନ୍ତି ମନ୍ତ୍ରୀ ।

ବିଧାନସଭା ଆରମ୍ଭରେ ସେମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଛି। ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ଅଭିଯୋଗରେ ଏହି ହୋହଲ୍ଲା ହୋଇଛି। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା କରିଥିଲେ ।
ପରେ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେଡି ସଦସ୍ୟମାନଙ୍କ ସହ ନାରାବାଜୀ ଦେଇଥିଲେ। ସେସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। ହେଲେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଧ୍ୟହୋଇ ଦିନ
୪ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ।
ଆଜି ବିଧାନସଭା ଆରମ୍ଭରେ ଦିବଙ୍ଗତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଥିଲେ। ତାପରେ ତାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।












Click it and Unblock the Notifications