ପାରାଦୀପରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ; ୧୭ଟି ମାଛ ୨୫ ଲକ୍ଷରେ ବିକ୍ରି

ପାରାଦୀପରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ । ମୋଟ୍ ୧୭ଟି ମାଛ ମିଳିଛି । ଏହାର ଓଜନ ୩ କ୍ବିଣ୍ଟାଲରୁ ଅଧିକ । ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ସୂଚନା ମିଳିଛି । ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି । ଦୀଘା ମାର୍କେଟରେ ଏହି ମାଛ ବିକ୍ରି ହେବ ବୋଲି ଜଣାପଡିଛି।

ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ଜାଲରେ ପଡେ । ତେବେ ଏହି ସାମୁଦ୍ରିକ ମାଛ ପଡ଼ିଲେ ମତ୍ସ୍ୟଜୀବୀମାନେ ଖୁବ ଖୁସି ହୋଇଯାଆନ୍ତି । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।

Telia fish

ପାରାଦୀପ ସମୁଦ୍ରରୁ ବିରଳ ଦାମୀ ମାଛ ଧରା ହୋଇଛି । ଆଉ ଧରାଯାଇଥିବା ୧୭ଟି ମାଛକୁ ୨୫ ଲକ୍ଷରେ ଟଙ୍କାରେ ନିଲାମ ହୋଇଛି । ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି । ସେହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ ।

ତେଲିଆ ବା ତେଲିଆ ବୋରେଇ ମାଛର 'ପୁଟି' ମଦ କମ୍ପାନୀ ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ ହେଉଥିବା କୁହାଯାଉଛି । ତେଣୁ ଦେଶବିଦେଶରେ ଏହାର ବହୁତ ଚାହିଦା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+