ଫେବୃଆରୀ ୫ରୁ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିସନ
ଫେବୃଆରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିସନ। ଗସ୍ତ ସମୟରେ କମିସନଙ୍କ ଆଗରେ ରାଜ୍ୟ ସରକାର ଆଗାମୀ ୫ବର୍ଷ ଲାଗି କ'ଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଷୋଡ଼ଶ ଅର୍ଥ କମିସନଙ୍କ ସମ୍ମୁଖରେ ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରାଜ୍ୟ ସରକାର ଉପସ୍ଥାପନ କରିବେ।

ଏହି ଦାବିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରାଯିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପାଇଁ ଦାବି ହୋଇ ଆସୁଥିଲା। ମାତ୍ର କେନ୍ଦ୍ର ସରକାର ଦାବିକୁ ଉପେକ୍ଷା କରିଆସୁଥିଲେ। ଚଳିତ ଥର ଷୋଡଶ ଅର୍ଥ କମିସନରୁ ଓଡ଼ିଶା ସରକାର ଅଧିକ ଆଶା ରଖିଛନ୍ତି। ୨୦୨୧-୨୬ବର୍ଷ ଲାଗି ତତ୍କାଳୀନ ରାଜ୍ୟ ସରକାର ଅର୍ଥ କମିସନଙ୍କଠାରେ ୮ଲକ୍ଷ ୨୪ହଜାର କୋଟିର ଦାବି ରଖିଥିବାବେଳେ ୨ ଲକ୍ଷ ୨୨ ହଜାର କୋଟି ଅନୁଦାନ ମିଳିଥିଲା।












Click it and Unblock the Notifications