ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ୧୬ ବର୍ଷ; କେବେ ମିଳିବ ନ୍ୟାୟ ?

ନ୍ୟାୟ କେବେ ? ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ କେବେ ଫାଶୀ ଖୁଣ୍ଟରେ ଝୁଲିବେ । ୧୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ମିଳିନି ନ୍ୟାୟ । ତେବେ ରାଜ୍ୟରେ ବିଜେପି ସରକାର ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀକୁ ଦଣ୍ଡ ଦେବ ବୋଲି ନିର୍ବାଚନ ପୂର୍ବରୁ କହିଥିଲା । ହେଲେ ବହୁଚର୍ଚ୍ଚିତ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ ହେବା ରାସ୍ତା ଖୋଲିପାରୁନାହିଁ। ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ନେଇ ସରକାର ଏ ପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନେଇନାହାନ୍ତି ।

ମେ ୧୩, ୨୦୨୪ରେ ବିଜେପିର ୫ଜଣ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ତା ଭୁବନେଶ୍ବରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଏହି ପ୍ରସଙ୍ଗ ଉଠିଥିଲା। କ'ଣ ପାଇଁ ରାଜ୍ୟ ସରକାର ୨ଟି ନ୍ୟାୟିକ ତଦନ୍ତ କମିସନର ରିପୋର୍ଟ ସାର୍ବଜନୀନ କରୁନାହାନ୍ତି? ଏହି ରିପୋର୍ଟ ପ୍ରକାଶ ପାଇଲେ ବିଜେଡି ନେତାଙ୍କ ମୁଖା ଖୋଲିଯିବ । ରାଜ୍ୟ ସରକାର ଏହାକୁ ଚାପି ରଖିଛନ୍ତି ବୋଲି ସଙ୍ଗିନ ଅଭିଯୋଗ ଆଣିଥିଲେ ପ୍ରତାପ ।

Lakshmanananda Saraswati

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏହି ପ୍ରସଙ୍ଗ ସଂସଦରେ ଉଠାଇଥିଲେ। ପୂର୍ବତନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏକାଧିକବାର ବିଧାନସଭା ଗୃହରେ ଓ ଗୃହ ବାହାରେ ଉଠାଇ ଗର୍ଜିଥିଲେ ।

ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ଏବଂ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ବିଶ୍ବ ହିନ୍ଦୁ ପରିଷଦ, ବିଜେପିର ବହୁ ନେତା ମଧ୍ୟ ଅନୁରୂପ ଦାବି କରିଆସୁଛନ୍ତି। ଏବେ କିନ୍ତୁ ସରକାର କ୍ଷମତାକୁ ଆସିବା ପରେ ରିପୋର୍ଟ ସାର୍ବଜନୀନ କରିବାରେ କେଉଁଠି ଅସୁବିଧା ରହୁଛି, ତାହା ବୁଝାପଡ଼ୁନାହିଁ।

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଚାଲିଛି । ପୂର୍ବର ବିଜେଡି ସରକାର ମାର୍ଚ୍ଚ ୫, ୨୦୨୪ରେ ସତ୍ୟପାଠରେ ଯୁକ୍ତି ଦର୍ଶାଇଥିଲେ ‌ଯେ ଘଟଣାର ୧୫ବର୍ଷ ପରେ ସିବିଆଇ ତଦନ୍ତ ଦାବି କରାଯାଉଛି । ଅଥଚ ଏହି ଘଟଣାରେ ଫୁଲବାଣୀର ଅତିରିକ୍ତ ସେସନ୍ସ କୋର୍ଟ ୨୦୧୩ ମସିହାରେ ଶୁଣାଣି କରି ଦଣ୍ଡ ଦେଇ ସାରିଛନ୍ତି । ସେମାନେ ଏହା ବିରୋଧରେ ୨୦୧୩ରେ ହାଇକୋର୍ଟରେ ଅପିଲ୍ କରିଛନ୍ତି। ଏହାର ଶୁଣାଣି ହୋଇନି। ତେଣୁ ସିବିଆଇ ତଦନ୍ତ ଦାବିକୁ ଖାରଜ କରାଯାଉ।

ସତ୍ୟ ସନାତନ ସମିତିର ସଭାପତି ଦେବାଶିଷ ହୋତା ହାଇକୋର୍ଟରେ ସତ୍ୟପାଠ ଦେଇଛନ୍ତି। ପୂର୍ବରୁ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତରେ ଦର୍ଶାଯାଇନି ଯେ କାହିଁକି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ଦିନ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଓଡ଼ିଶା ପୁଲିସର କର୍ମଚାରୀ ଘଟଣାସ୍ଥଳରେ ନଥିଲେ? ହତ୍ୟାକାଣ୍ଡର ୮ଦିନ ପୂର୍ବରୁ କାହିଁକି ସୁରକ୍ଷା ଦାୟିତ୍ବରୁ ସିଆରପିଏଫ୍‌କୁ ପ୍ରତ୍ୟାହାର କରାଗଲା? ହତ୍ୟାକାଣ୍ଡର ୨୪ ଘଣ୍ଟା ନପୁରୁଣୁ ପୁଲିସ ଡିଜି ଏଥିରେ ମାଓବାଦୀ ଲିଙ୍କ୍‌ ଥିବା ଦର୍ଶାଇଥିଲେ। ଧର୍ମାନ୍ତରୀକରଣ ଭଳି ପ୍ରସଙ୍ଗକୁ ମଧ୍ୟ ଏଡ଼ାଇ ଦିଆଯାଇଛି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦେଲେ ଏହା ପଛରେ ଥିବା ଷଡ଼୍‌ଯନ୍ତ୍ର ଜଣାପଡ଼ିବ।

୨୩ ଅଗଷ୍ଟ ୨୦୦୮ ( ଜନ୍ମାଷ୍ଟମୀ ) ଦିନ କନ୍ଧମାଳ ଜିଲ୍ଲାର ଚକାପାଦସ୍ଥିତ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ତାଙ୍କର ୪ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିସନ ବସାଯାଇଥିଲା। ୭୦୦ରୁ ଅଧିକ ସତ୍ୟପାଠ ଆସିଲା, କମିସନ୍‌ ୬୫ରୁ ଅଧିକ ସରକାରୀ ଏବଂ ୧୦୦ରୁ ଅଧିକ ବେସରକାରୀ ଲୋକଙ୍କୁ ସାକ୍ଷୀ ଭାବେ ଗ୍ରହଣ କଲେ। ହେଲେ ୨୦୧୨ରେ ଜଷ୍ଟିସ ମହାପାତ୍ରଙ୍କ ବିୟୋଗ ପରେ ତଦନ୍ତ ଅଟକିଗଲା। ସେହିବର୍ଷ ରାଜ୍ୟ ସରକାର ତଦନ୍ତ କମିଟିର କମିସନ ଭାବେ ଜଷ୍ଟିସ ଏ.ଏସ୍‌ ନାଇଡ଼ୁଙ୍କୁ ନିଯୁକ୍ତି ଦେଇଥିଲେ। ଜଷ୍ଟିସ୍ ନାଇଡ଼ୁ ୨୨ ଡିସେମ୍ବର ୨୦୧୫ରେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ। କିନ୍ତୁ ତତ୍କାଳୀନ ସରକାର ୯ ବର୍ଷ କାଳ ଏହି ରିପୋର୍ଟକୁ ଚାପି ରଖିଲେ, ବିଧାନସଭାରେ ଉପସ୍ଥାପନ କ‌ରିନାହାନ୍ତି । ଏବେ ବି ନ୍ୟାୟ ଅପେକ୍ଷାରେ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+