ଯାଜପୁର ଜିଲ୍ଲାରେ ୪୯ ସାମ୍ପଲ୍‌ରୁ ଆଉ ୧୬ କଲେରା ପଜିଟିଭ୍‌

ଯାଜପୁର ଜିଲ୍ଲାରେ ୪୯ ସାମ୍ପଲ୍‌ରୁ ଆଉ ୧୬ କଲେରା ପଜିଟିଭ୍‌ । ଏନେଇ ସୂଚନା ଦେଲେ ଯାଜପୁର ସିଡିଏମ୍‌ଓ । ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲ୍‌ରୁ ପଜିଟିଭ୍‌ ଚିହ୍ନଟ । ୨୧ରୁ ୧୧ ଓ ପରବର୍ତ୍ତୀ ୨୮ ସାମ୍ପଲ୍‌ରୁ ୫ କଲେରା ପଜିଟିଭ୍‌ ।

16 more cholera positive cases

ରାଜ୍ଯରେ ଡାଇରିଆ ସ୍ଥିତିକୁ ନେଇ କେନ୍ଦ୍ରୀୟ ଟିମ ସହ ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା । ଲୋକସେବା ଭବନରେ ଚାଲିଛି ସମୀକ୍ଷା ବୈଠକ। ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲା କେନ୍ଦ୍ରୀୟ ଟିମ । ୫ ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଆଉ ସେମାନେ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ଏବେ ସ୍ବାସ୍ଥ୍ୟ ବିଭାଗର ଟିମ୍ ସହ ଚାଲିଛି ଆଲୋଚନା । ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ୫ଟି ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ।

ସୂଚନା ଅନୁସାରେ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ଯାଜପୁରରେ ବଢିଲା ମୃତ୍ୟୁ ସଂଖ୍ୟା । ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିସହ ବେସରକାରୀ ଭାବେ କେବଳ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ହେଲେ ସରକାରୀ ଭାବେ ସଂଖ୍ୟା ୭ ରହିଛି । ୮ ଜିଲ୍ଲାରେ କାୟା ମେଲାଇଛି ହଇଜା । ସ୍ଥିତି ଗମ୍ଭୀର ଥିବାବେଳେ ପ୍ରଶାସନର ନିଦ ହଜିଛି । ୩୦ ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର। ଏବେ ପ୍ରତିଦିନ ହେବ ରାଜ୍ୟସ୍ତରୀୟ ସମୀକ୍ଷା । ସ୍ଥିତି ଗମ୍ଭୀର ଥିବାବେଳେ ପ୍ରଶାସନର ନିଦ ହଜିଛି। ୩୦ ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+