ଓଡିଶାରେ ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା “ଲକ୍ଷପତି ଦିଦି” ଭାବେ ସମ୍ବର୍ଦ୍ଧିତ

ଭୁବନେଶ୍ୱର:ମିଶନ ଶକ୍ତି କେବଳ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନଙ୍କ ସଶକ୍ତିକରଣର କାହାଣୀ ନୁହେଁ, ବରଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସାରା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ସ୍ୱପ୍ନର ବାର୍ତ୍ତାବହ । ସମାଜ, ସମ୍ପ୍ରଦାୟ ଏବଂ ଦେଶର ବିକାଶ ତଥା ପରିବର୍ତ୍ତନରେ ମହିଳାମାନଙ୍କ ଭୂମିକାକୁ ଦୃଷ୍ଟିରେ ରଖି ଓଡିଶା ସରକାର ମହିଳାକୈନ୍ଦ୍ରିକ ନୀତି ଏବଂ କାର୍ଯ୍ୟକ୍ରମ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।

ଦେଶର ସାମାଜିକ-ଅର୍ଥନୈତିକ ଢାଞ୍ଚାରେ ନାରୀ ଶକ୍ତିର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହତ୍ତ୍ୱାକାଂକ୍ଷୀ "ଲକ୍ଷପତି ଦିଦି" ଯୋଜନାର ଶୁଭାରମ୍ଭ ହୋଇଛି। ଉଦ୍ୟୋଗିତା, ଦକ୍ଷତା ବୃଦ୍ଧି ଏବଂ ଅତ୍ୟାବଶ୍ୟକ ସମ୍ବଳର ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳର ମହିଳାମାନଙ୍କର ଲୁକ୍କାୟିତ ଦକ୍ଷତାକୁ ଲୋକଲୋଚନକୁ ଆଣି ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ।

ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଜଲଗାଁଓ ଠାରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ଲକ୍ଷ ନୂଆ "ଲକ୍ଷପତି ଦିଦି"ଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହିତ ସମ୍ବର୍ଦ୍ଧନା କରିଛନ୍ତି । ଆମ ରାଜ୍ୟରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମସ୍ତ ବ୍ଲକରେ ଆୟୋଜନ କରାଯାଇଛି । ଆଜି ଆମ ରାଜ୍ୟରେ 'ଲକ୍ଷପତି ଦିଦି'ଙ୍କ ପାଇଁ ପ୍ରତି ବ୍ଲକରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା କାର୍ଯକ୍ରମରେ ଏକ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଛି । ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ବଳିଷ୍ଠ ଭୂମିକା ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।

lakh16 Lakh Lakpati Didi

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ "ଲକ୍ଷପତି ଦିଦି" ଗଢିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା "ଲକ୍ଷପତି ଦିଦି" ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ସରକାର ଏହି ଉଦ୍ୟୋଗୀ ମା' ମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି ।

ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତା, କ୍ଷମତା ଓ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ, ଆର୍ଥିକ ସହାୟତା, ବଜାର ସଂଯୋଗୀକରଣ ଆଦି ମାଧ୍ୟମରେ ମହିଳାମାନଙ୍କ ଜୀବନ ଜୀବିକା କାର୍ଯ୍ୟକଳାପର ସଫଳତାରେ ବୃଦ୍ଧି ପରିଲକ୍ଷିତ ହୋଇଛି । "ଲକ୍ଷପତି ଦିଦି" ମାନଙ୍କର ଏହି ସଫଳତା ଓଡିଶା ତଥା ସାରା ଦେଶରେ ମହିଳାମାନଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ଓ ସଶକ୍ତିକରଣକୁ ତ୍ୱରାନ୍ୱିତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+