Get Updates
Get notified of breaking news, exclusive insights, and must-see stories!

ସଂସଦରେ ‘ଅପରେସନ ସିନ୍ଦୂର' ଡିବେଟ୍‌ ଆରମ୍ଭ; ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ୍‌

ସଂସଦରେ 'ଅପରେସନ ସିନ୍ଦୂର' ଡିବେଟ୍‌ ଆରମ୍ଭ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ୍‌ । ଅପରେସନ୍ ସିନ୍ଦୂର ନେଇ ଲୋକସଭାରେ ଗର୍ଜିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ଏ ସମ୍ପର୍କରେ ଚର୍ଚ୍ଚା କରି ରାଜନାଥ ସିଂହ କହିଛନ୍ତି ଯେ, 6-7 ମେ ରାତିରେ ଐତିହାସିକ ଅପରେସନ୍ କରାଯାଇଥିଲା ।

ପହଲଗାମ ଆତଙ୍କୀ ଆକ୍ରମଣରେ ଧର୍ମ ପଚାରି ଆମ ଲୋକଙ୍କୁ ମରାଯାଇଥିଲା । ଯାହାକି ଅମାନବୀୟତାର ସବୁଠୁ ବଡ଼ ଉଦାହରଣ ଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତିନି ସେନା ମୁଖ୍ୟଙ୍କ ବୈଠକ ବସିବା ସହ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । ଆଉ ଆମ ସେନା ମଧ୍ୟ ପଛକୁ ହଟିନଥିଲା । ଆତଙ୍କୀମାନଙ୍କ ଘରେ ପଶି ସେନା ସେମାନଙ୍କୁ ନିପାତ କରିଥିଲା , ଆଉ ଆମ ମାଆ-ଭଉଣୀମାନଙ୍କ ସିନ୍ଦୂରର ବଦଲା ନେଇଥିଲା ବୋଲି କହିଛନ୍ତି ରାଜନାଥ ସିଂହ ।

ଏହାସହ ପାକିସ୍ତାନର ଆକ୍ରମଣ ସମ୍ପର୍କରେ ମଧ୍ୟ ସୂଚନା ଦେଇ ରାଜନାଥ କହିଛନ୍ତି, ପାକିସ୍ତାନର ଆକ୍ରମଣକୁ ଆମେ ବିଫଳ କରିଦେଇଥିଲୁ । ପାକିସ୍ତାନ ଆମ ସୈନ୍ୟ ଠିକଣା ଉପରେ ଲକ୍ଷ୍ୟ କରି ମେ ୭ ତାରିଖରୁ ୧୦ ତାରିଖ ଭିତରେ ମିସାଇଲ୍ ଆକ୍ରମଣ କରିଥିଲା । ହେଲେ ଆମର ଡିଫେନ୍ସ ସିଷ୍ଟମ କିନ୍ତୁ ପାକିସ୍ତାନର ସବୁ ଆକ୍ରମଣକୁ ପ୍ରତିହତ କରିପାରିଥିଲା ।

16-hour Op Sindoor debate

ଏହାସହ ରାଜନାଥ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ଏଥିପାଇଁ ରୋକିଲା, କାହିଁକି ନା ଆମେ ଯାହା ଟାର୍ଗେଟ୍ କରିଥିଲୁ ତାକୁ ଆମେ ହାସଲ କରିସାରିଥିଲୁ । ଭାରତ କୌଣସି କିମ୍ବା କାହା ଚାପରେ ଆସି ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ରୋକିନି । ମେ ୧୦ ତାରିଖ ସକାଳେ ଭାରତୀୟ ବାୟୁସେନା ପାକିସ୍ତାନର ଏୟାରଫିଲ୍ଡ ଉପରେ ଜୋରଦାର ଆକ୍ରମଣ କରିଥିଲା । ଏହାପରେ ପାକିସ୍ତାନ ହାର୍ ମାନିଥିଲା । ପାକିସ୍ତାନ ଏହାପରେ ଆମ ଡିଜିଏମଓଙ୍କ ସହ କଥାବାର୍ତ୍ତା କରିବା ସହ ଯୁଦ୍ଧ ରୋକିବାକୁ ଗୁହାରି କରିଥିଲା ବୋଲି କହିଛନ୍ତି ରାଜନାଥ ।

ଜାଣିରଖିବା ଉଚିତ ଯେ, ଲଗାତାର ଦୁଇଥର ଲୋକସଭା ମୁଲତବି ରହିବା ପରେ ଏବେ ସଂସଦରେ ଅପରେସନ୍ ସିନ୍ଦୂରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚାରେ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ନିଜର ବକ୍ତବ୍ୟ ରଖୁଥିବାବେଳେ, ଦୀର୍ଘ ୧୬ ଘଣ୍ଟା ଧରି ସଂସଦରେ ଏ ସମ୍ପର୍କରେ ଚର୍ଚ୍ଚା ହେବ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+