ମହାନଦୀରେ ନିର୍ମାଣ ହେବ ୧୬ ଡ୍ୟାମ୍‌, ୧୫ ବ୍ୟାରେଜ: ମୁଖ୍ୟମନ୍ତ୍ରୀ

ମହାନଦୀରେ ଆଉ ୧୬ ଡ୍ୟାମ୍‌ ଏବଂ ୧୫ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ହେବ । ୪୧ଟି ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

ଗୁରୁବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଅବବାହିକାର ଉପରମୁଣ୍ଡରେ ଛତିଶଗଡ଼ ସରକାର ବହୁ ଅଣଯୋଜନାବଦ୍ଧ ପ୍ରକଳ୍ପ ମାଧ୍ୟମରେ ଅତ୍ୟଧିକ ନଦୀଜଳ ବ୍ୟବହାର କରୁଥିବାରୁ ଓଡ଼ିଶାର ତଳମୁଣ୍ଡକୁ ଜଳ ପ୍ରବାହ କ୍ରମଶଃ ହ୍ରାସ ପାଉଛି।

ଆନ୍ତଃରାଜ୍ୟ ସୀମାନ୍ତରେ ଅବସ୍ଥିତ ହୀରାକୁଦ ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ଖସିବାରେ ଲାଗିଛି, ଯାହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମହାନଦୀ ଜଳ ବିବାଦ ପାଇଁ ଓଡ଼ିଶା ଟ୍ରିବ୍ୟୁନାଲର ଆଶ୍ରୟ ନେଇ ବହୁ ଆବେଦନ ମାଧ୍ୟମରେ ନିଜ ଦାବି ରଖି ଆସୁଛି। ଏହି ମାମଲା ବର୍ତ୍ତମାନ ବିଚାରାଧୀନ ଥିବାରୁ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ମହାନଦୀ ଜଳର ସମାନତା ସହିତ ସ୍ଥାୟୀ ଜଳ ବିକାଶକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।

16 dams and 15 barrage

ବିଜେଡି ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ଛତିଶଗଡ଼ ସରକାର ମହାନଦୀର ଉପର ଅବବାହିକା ଅଞ୍ଚଳରେ ୮/୯ଟି ବ୍ୟାରେଜ ନିର୍ମାଣ କରିଛନ୍ତି। ଏହାଦ୍ୱାରା ଓଡ଼ିଶା ଗ୍ରୀଷ୍ମ ସମୟରେ ପ୍ରଭାବିତ ହେଉଛି। ଏନେଇ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଭାଜପା ସରକାର ଗତ ୮ମାସ ଧରି କ୍ଷମତାରେ ଅଛି। ଏତେ କମ୍‌ ସମୟ ମଧ୍ୟରେ ବନ୍ଧ ନିର୍ମାଣ ହୋଇପାରିବ ନାହିଁ।

ତେବେ ରାଜ୍ୟ ସରକାର ୩୧ଟି ବୃହତ୍‌ ଓ ମଧ୍ୟମ ଜଳପ୍ରକଳ୍ପ, ୨୭ଟି ବ୍ୟାରେଜ, ୭୨ଟି ଆଇଏସ୍‌ଏସ୍‌ ଢାଞ୍ଚା ଏବଂ ୭୯ଟି କ୍ଷୁଦ୍ର ଜଳପ୍ରକଳ୍ପ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ୫୧ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଜଳସମ୍ପଦ ବିଭାଗ ଏଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଛି। ଏନେଇ ଆଗାମୀ ୫ବର୍ଷ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ମହାଲିଙ୍ଗ ବିଧାନସଭାରେ ତଥ୍ୟ ରଖିଛନ୍ତି।

ସେ ଆହୁରି କହିଛନ୍ତି, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି। ଗତ ୨୪ବର୍ଷର ପ୍ରସଙ୍ଗକୁ ଦୋହରାଇବାକୁ ଚାହୁଁନି। ଏତେବର୍ଷ ସରକାରରେ ଥିବା ବିଜେଡି ମହାନଦୀର ତଳମୁଣ୍ଡରେ କେତୋଟି ଡ୍ୟାମ କରିଛି, ତାହାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। ତେଣୁ ପ୍ରଥମେ ନିଜକୁ ନିଜେ ପ୍ରଶ୍ନ ପଚାରନ୍ତୁ ବୋଲି ମହାଲିଙ୍ଗ ତେରଛା ବାଣ ମାରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+