ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର
ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ଏନଏଚ୍ ୫୩ ବାରିହାପୁର ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି।
ରାସ୍ତାରେ କିଛି ଗୋରୁ ଶୋଇଥିବାବେଳେ ଦ୍ରୁତ ଗତି ଯାଉଥିବା ଏକ ଘରୋଇ ବସ୍ ଚଢିଯାଇଛି। ଫଳରେ ୧୬ ଗୋରୁଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଗୋରୁ ଗୁରୁତର ରହିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି।
ମୃତ ଗାଈ ଗୁଡିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରାଜରାସ୍ତାରେ ପଡିରହିଛି। ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକମାନେ ଉଦ୍ୟମ ଜାରି ରଖିଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ମୃତ ଗାଈ ଗୁଡିକଙ୍କ ଖଣ୍ଡବିଖଣ୍ଡିତ ଶରୀର ରାଜରାସ୍ତାରେ ପଡିରହିଥିବା ବେଳେ ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ ଜାରି ରଖିଛନ୍ତି l ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି l ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଈଗୁଡିକର ମୃତଦେହ ରାଜପଥରୁ ହଟାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି l












Click it and Unblock the Notifications