୧୫ ଜଣିଆ ଓଡିଶା ରଣଜୀ ଦଳ ଘୋଷଣା; ଶୁଭ୍ରାଂଶୁ ସେନାପତି ଅଧିନାୟକ
ଘୋଷଣା ହେଲା ଓଡିଶା ରଣଜୀ ଦଳ । ପ୍ରଥମ ତିନୋଟି ମ୍ୟାଚ ପାଇଁ ଦଳ ଘୋଷଣା କରାଯାଇଛି। ୧୫ ଜଣିଆ ଟିମ ଘୋଷଣା କଲା ଓଡିଶା କ୍ରିକେଟ ସଙ୍ଘ। ଶୁଭ୍ରାଂଶୁ ସେନାପତି ଙ୍କୁ ମିଳିଲା ଅଧିନାୟକ ଭାର। ଚଳିତ ମାସ ୧୫ ତାରିଖରୁ ଓଡିଶା ଆରମ୍ଭ କରିବ ରଣଜି ଅଭିଯାନ ।
ଯଦି ଦଳ ଉପରେ ନଜର ପକାଇବା ତେବେ ଟପ ଅର୍ଡର ରେ ସ୍ୱସ୍ତିକ ସାମଲ ( ଉପ ଅଧିନାୟକ) ଗୌରବ ଚୌଧୁରୀ , ,ସନ୍ଦୀପ ପଟ୍ଟନାୟକ , ଗୋବିନ୍ଦ ପୋଦାର , ରାଜେଶ ଧୂପର ଓ ଆଶ୍ରିବାଦ ସ୍ୱାଇଁ ଙ୍କୁ ୱେକେଟ କିପର ଭାବରେ ଚୟନ କରିଛି ଓସିଏ।
ସେହିପରି ତାପସ ଦାସ,ତାରିଣୀ ସ, ସୁନୀଲ ରାଉଳ ରାଜେଶ ମହାନ୍ତି ,ବାଦଲ ବିଶ୍ୱାଳ , ସୁମିତ ଶର୍ମା , ସମ୍ବିତ ବରାଳ ଓ ଅନୀଲ ପରିଡା ଦଳରେ ରହିଛନ୍ତି। ଏହି ସିଜିନ ରେ ଓଡିଶା ମୋଟ ୭ ଟି ମ୍ୟାଚ ଖେଳିବ ଓଡିଶା । ପ୍ରଥମ ମ୍ୟାଚ ରେ ବରୋଦା , ଏହାପରେ ଉତ୍ତର ପ୍ରଦେଶ ,ଆନ୍ଧ୍ରପ୍ରଦେଶ, ଜମ୍ମୁ କଶ୍ମୀର , ମଧ୍ୟପ୍ରଦେଶ ବିଦର୍ଭ, ନାଗାଲାଣ୍ଡ , ତାମିଲନାଡୁ ଓ ଝାରଖଣ୍ଡ କୁ ଭେଟିବ ଓଡିଶା । ତେବେ ବିସିସିଆଇର ଘରୋଇ ସିଯିନ ମଧ୍ୟରେ ରଣଜୀ ଟ୍ରଫି ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଟ୍ରଫି ପାଇଁ ସବୁ ରାଜ୍ୟ ସଂଘ ଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହୋଇଥାଏ।

ତେବେ ଓଡିଶା ଗତ ସିଯିନ ରେ ନୈରାଶ୍ୟ ଜନଙ୍କ ପଦର୍ଶନ ପରେ ଦଳ କୁ ମଜଭୁତ କରିବା ପାଇଁ କଳାହାଣ୍ଡି କପ, ଓପିଟିଏଲ , ଗୁଚିବାବୁ ଓ ଶ୍ରୀଲଙ୍କା ଗସ୍ତ କରି ମ୍ୟାଚ ଖେଳିଛି ଓଡିଶା । ଏହାସହ ଅନେକ କ୍ୟାମ୍ପ ଓ ଅଭ୍ୟାସ ମ୍ୟାଚ ଜରିଆରେ ଟିମ ଗଠନ କରିଛି ଓଡିଶା। ଏହି ଟିମ ରେ ତିନି ନୂଆ ମୁହଁ କୁ ସ୍ଥାନ ଦେଇଛି ଓସିଏ । ବ୍ୟାକଅପ ଖେଳାଳି ଭାବରେ ବିପ୍ଳବ ସାମନ୍ତରାୟ , କାର୍ତ୍ତିକ ବିଶ୍ୱାଳ ,ପ୍ରଶାନ୍ତ ରାଣା ଶାନ୍ତନୁ ମିଶ୍ର ଓ ସୌରଭ ଗୌଡ଼ ଙ୍କୁ ଚୟନ କରିଛି ଓସିଏ ଚୟନ କମିଟି ।ତେବେ ଆସନ୍ତା ରଣଜୀ ସିଯିନରେ ଓଡିଶା ନିଶ୍ଚୟ ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ।












Click it and Unblock the Notifications