ଲୋକସେବା ଭବନର ୧୫ କର୍ମଚାରୀ କରୋନା ପଜିଟିଭି
ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ କର୍ମଚାରୀ କୋଭିଡ୍ ପଜିଟିଭ୍ । ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ । ସମ୍ପୂର୍ଣ୍ଣ ବିଶୋଧନ ପାଇଁ ବିଭାଗ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି ।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ କର୍ମଚାରୀ କୋଭିଡ୍ ପଜିଟିଭ୍ । ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ । ସମ୍ପୂର୍ଣ୍ଣ ବିଶୋଧନ ପାଇଁ ବିଭାଗ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ବିଭାଗ ବନ୍ଦ ରଖାଯାଉଛି । ଆସନ୍ତା ୧୮ ତାରିଖରେ ପୂର୍ବ ଭଳି କାର୍ଯ୍ୟକ୍ଷମ ହେବ ।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଭାଗର ୧୫ଜଣ କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା ୪୮ଘଣ୍ଟା ପାଇଁ ବିଭାଗର ଅଫିସକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଡିସେମ୍ବର ୧୬ ଓ ୧୭ତାରିଖ ଦୁଇଦିନ ଧରି ଏହି ଅଫିସ୍ ବନ୍ଦ ରହିବ ଓ ସେଠାରେ ସାନିଟାଇଜେସନ୍ ପ୍ରକ୍ରିୟା କରାଯାଇ କୋଭିଡ ଚେନକୁ ଭଙ୍ଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୧୮ତାରିଖରୁ ବିଭାଗର କାର୍ଯ୍ୟାଳୟ ଖୋଲିବ ଓ ସ୍ୱାଭାବିକ ଭାବେ କାର୍ଯ୍ୟ ହେବ ବୋଲି ବିଭାଗର ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି।
ବିଭାଗର ଅନ୍ୟ କର୍ମଚାରୀମାନଙ୍କୁ ଘରୁ ରହି ଭିପିଏନ୍ ମାଧ୍ୟମରେ କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ ଟେଲିଫୋନ୍ ପାଇବା ମାତ୍ରେ ଶୀଘ୍ର ଅଫିସରେ ହାଜର ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ବିଭାଗ ପକ୍ଷରୁ ୧୬ ଓ ୧୭ତାରିଖ ଦୁଇଦିନ ଧରି ଜରୁରୀକାଳୀନ ଅଫିସ୍ କାର୍ଯ୍ୟ ପାଇଁ ରୋଷ୍ଟର ଡ୍ୟୁଟି ଆବଣ୍ଟନ ହୋଇଥିବା ଜଣାପଡ଼ିଛି।












Click it and Unblock the Notifications