ରାଜ୍ୟରେ 15 ଜିଲ୍ଲା ଏବେ କୋଭିଡ ମୁକ୍ତ
ହ୍ରାସ ପାଇଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ । ଆଜି (ରବିବାର) ରାଜ୍ୟରେ 11 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 1 ଶିଶୁ ରହିଥିବାବେଳେ 7 କ୍ବାରେଣ୍ଟାଇନ ସେଣ୍ଟର ଓ 4 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଭୁବନେଶ୍ବର: ହ୍ରାସ ପାଇଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ । ଆଜି (ରବିବାର) ରାଜ୍ୟରେ 11 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 1 ଶିଶୁ ରହିଥିବାବେଳେ 7 କ୍ବାରେଣ୍ଟାଇନ ସେଣ୍ଟର ଓ 4 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ତେବେ ରାଜ୍ୟରେ ଆଜି 15ଟି ଜିଲ୍ଲା ଏବେ କୋଭିଡ ମୁକ୍ତ ହୋଇଥିବା ସୂଚନା ରହିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, ବଲାଙ୍ଗୀରରୁ 2, ଗଜପତିରୁ 2, ଯାଜପୁରରୁ ୧, ଖୋର୍ଦ୍ଧାରୁ ୨, ସମ୍ବଲପୁରରୁ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 57ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 83 ସକ୍ରିୟ ମାମଲା ରହିଛି । ନୂଆ 6 ସଂକ୍ରମିତ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications