15 August Speech 2024: ସ୍ୱାଧିନତା ଦିବସରେ ସ୍କୁଲ ପିଲାଙ୍କ ପାଇଁ ଦମଦାର ଭାଷଣ

15 August Speech In Odia: ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ବ୍ରିଟିଶମାନଙ୍କ ଶାସନ ବିରୁଦ୍ଧରେ ଦୀର୍ଘ ଦିନର ସଂଗ୍ରାମ ପରେ ସ୍ୱାଧୀନତା ପାଇଲା । ପ୍ରତିବର୍ଷ ଏହି ଦିନକୁ ସାରା ଦେଶରେ ପାଳନ କରାଯାଏ । ଏହା ଆମ ଦେଶର ସବୁଠାରୁ ବଡ ପର୍ବ କାରଣ ଅନେକ ବୀର ପ୍ରାଣ ହରାଇଲେ ହରାଇବା ପରେ ବ୍ରିଟିଶର ମାନଙ୍କର ଦମନକାରୀ ନୀତିର ଅନ୍ତ ହୋଇଥିଲା । ତେବେ ଏହି ଖାସ ଦିନକୁ ପ୍ରତ୍ୟେକ ସ୍କୁଲ ଓ କଲେଜରେ ମଧ୍ୟ ପାଳନ କରାଯାଏ । ଏହି ଅବସରରେ ଛାତ୍ରଛାତ୍ରୀ ଦେଶଭକ୍ତି ଗୀତ ଗାଇଥାନ୍ତି ଏବଂ କିଛି ପିଲା ଭାଷଣ ମଧ୍ୟ ଦେଇଥାନ୍ତି । ତେବେ ଆମେ ପିଲାଙ୍କ ପାଇଁ ଲେଖୁଛୁ ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ । ଏହାକୁ ଆପଣଙ୍କ ପିଲା ସ୍କୁଲ, କଲେଜରେ ବକ୍ତୃତା ଦେଇପାରିବେ ।

ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ମୋର ପ୍ରିୟ ବନ୍ଧୁମାନଙ୍କୁ ଶୁଭ ସକାଳ । ମୁଁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି । ଆଜି ମୁଁ ସ୍ୱାଧୀନତା ଦିବସରେ କହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ।

15 August Speech In Odia

ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନଟିଏ । ୧୫ ଅଗଷ୍ଟ ଆମ ପାଇଁ ସବୁବେଳେ ଏକ ବିଶେଷ ଦିନ ଭାବେ ରହି ଆସିଛି । ଏହି ଦିନ ଆମେ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଥାଉ । ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ, ବଳିଦାନକୁ ମନେ ପକାଉ । ଭାରତର ସ୍ୱାଧୀନତା ଦିବସ କେବଳ ବ୍ରିଟିଶ ରାଜଙ୍କ ଶାସନରୁ ଭାରତର ସ୍ୱାଧୀନତାକୁ ଚିହ୍ନିତ କରେ ନାହିଁ, ବରଂ ଏହା ମଧ୍ୟ ଏହି ଦେଶର ଶକ୍ତିକୁ ଦର୍ଶାଏ ।

ଏହି ଦେଶର ସମସ୍ତ ଲୋକଙ୍କୁ ଏକତ୍ର କରି ଦେଶର ଶକ୍ତିକୁ ପ୍ରତିଦନ କରିଥାଏ । ବହୁ ବର୍ଷ ଧରି ବ୍ରିଟିଶମାନଙ୍କ ଦ୍ୱାରା ଦାସତ୍ୱ ଭୋଗିବା ପରେ ଆମ ଦେଶ 15 ଅଗଷ୍ଟ 1947 ରେ ସ୍ୱାଧୀନ ହେଲା । ବ୍ରିଟିଶମାନଙ୍କ ଅତ୍ୟାଚାରର ଶିକାର ହେବା ପରେ ନିଜର ସ୍ୱାଧୀନତା ପାଇଁ ଦେଶର ଅନେକ ବୀର ଯୋଦ୍ଧା ବଳିଦାନ ଦେଇଥିଲେ । ସେମାନଙ୍କ ବଳିଦାନ ହିଁ ଆମକୁ ସ୍ୱାଧୀନତା ଦେଇଛି । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲା ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ସେହି ସମସ୍ତ ଯୋଦ୍ଧାଙ୍କୁ ମନେ ପକାଇଛନ୍ତି ।

ଜାତିର ପିତା ମହାତ୍ମା ଗାନ୍ଧୀ, ସୁବାଷ ବୋଷ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲ, ଜବାହାରଲାଲା ନେହେରୁ, ଲାଲା ଲଜପତ ରାୟ, ବାଲ ଗଙ୍ଗାଧର ତିଲକ, ବାପିନ ଚନ୍ଦ୍ର ପାଲ ଏବଂ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଅଦ୍ୟମ ପ୍ରଚେଷ୍ଚା ଓ ତ୍ୟାଗ ବଳରେ ଆମ ଭାରତ ଇରେଜ କବଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ହୋଇଥିଲା । ଏହା ପରେ ଦେଶ ସମସ୍ତ କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢି ଚାଲିଛି । ଆଜି ସାରା ବିଶ୍ୱରେ ସୁପର ପାୱାର ହେବାକୁ ଯାଉଛି । ଭାରତର ସ୍ୱାଧୀନତାର ଚାରି ବର୍ଷ ପୂରଣ ହେବା ପୂର୍ବରୁ, ଆମେ ନିଜର ସମ୍ବିଧାନର ପ୍ରଚଳନ କରି ଏହାକୁ ଏକ ଗଣତନ୍ତ୍ର କରି ଦେଶକୁ ମଜବୁତ କରିଥିଲୁ, ଯାହା ଆଗରେ ସମଗ୍ର ବିଶ୍ୱ ଆଜି ନତମସ୍ତକ । ଆମର ଏହି ବହୁ ବିବିଧତାର ଦେଶ, ଏବଂ ଆମର ଏକତା ଆମକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରେ । ଟେକ୍ନୋଲୋଜି ଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ, ଆମେ ଦୁନିଆର ଏକ ପ୍ରମୁଖ ଦେଶ ପାଲଟିଛୁ ।

କେବେ ପଛକୁ ଫେରି ଦେଖିନାହୁଁ । ଆଜି, ଯେହେତୁ ଆମେ ସ୍ୱାଧୀନତା ଦିବସରେ ଆମ ଦେଶର ସମସ୍ତ ସଫଳତାକୁ ମନେ ପକାଉ, ଆସନ୍ତୁ ଆମର ବୀର ଯବାନ ମାନଙ୍କୁ ଭୁଲିଯିବା ନାହିଁ । ଆମର ସାହସୀ ସୈନିକମାନଙ୍କୁ ଧନ୍ୟବାଦ ଯେ ସେମାନଙ୍କ ହେତୁ ଆମେ ଆମ ଦେଶରେ ଶାନ୍ତିରେ ରହି ପାରୁଛୁ । ଶତ୍ରୁ ଆଗରେ ନିଜର ବୀରତ୍ୱ ଦେଖାଇ ଦେଶକୁ ସୁରକ୍ଷିତ ରଖିଛନ୍ତି । ସେହିପରି ଆମେ ମଧ୍ୟ ଆମ ଦେଶକୁ ମହାନ କରିବା ପାଇଁ ଜଣେ ସଚ୍ଚୋଟ ନାଗରିକ ଭାବରେ ଆମର କର୍ତ୍ତବ୍ୟ ପାଳନ କରିବାକୁ ଆଜି ପ୍ରତିଶୃତି ନେବା । ମୋର ବକ୍ତବ୍ୟକୁ ଅତି ଯତ୍ନର ସହ ଶୁଣିଥିବାରୁ ମୁଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ଜୟହିନ୍ଦ !

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+