Get Updates
Get notified of breaking news, exclusive insights, and must-see stories!

ତୃତୀୟ ଲହରରେ 14 ହଜାର ଟପିବ ଦୈନିକ ସଂକ୍ରମଣ, ଶିଶୁଙ୍କ ପ୍ରତି ଅଧିକ ବିପଦ

କରୋନାର ତୃତୀୟ ଲହର ବେଳେ ସର୍ବାଧିକ ବିପଦ ଶିଶୁ ମାନଙ୍କ ପ୍ରତି ରହିଛି । ଏନେଇ ସତର୍କ ବାଣୀ ଶୁଣାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ (NIDM) ।

ଭୁବନେଶ୍ୱର: କରୋନାର ତୃତୀୟ ଲହରରେ ଦୋହଲି ଯିବ ଓଡିଶା । ସତର୍କ ନ ରହିଲେ ସ୍ଥିତି ହେବ ଭୟାନକ । 14 ହାଜର ପର୍ଯ୍ୟନ୍ତ ରାଜ୍ୟରେ ରହିବ କରୋନା ଦୈନିକ ସଂକ୍ରମଣ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ, କରୋନାର ତୃତୀୟ ଲହର ବେଳେ ସର୍ବାଧିକ ବିପଦ ଶିଶୁ ମାନଙ୍କ ପ୍ରତି ରହିଛି । ଏନେଇ ସତର୍କ ବାଣୀ ଶୁଣାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ (NIDM) ।

covid 19 third wave in odisha

କରୋନାଭାଇରସର ପ୍ରଥମ ଲହରର ଅଜ୍ଞାତ କାରଣ ପାଇଁ ଚାଲିଯାଇଥିଲା ଅନେକ ଜୀବନ । ସେହିପରି ଦ୍ୱିତୀୟ ଲହରକୁ ଆମେ ଅଣ ଦେଖା କରି ଫଳାଫଳ ଦେଖିସାରୁଛି । ତେଣୁ ଆଗାମୀ ଅକ୍ଟୋବରରେ ଆସୁଥିବା ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି ଏନଆଇଡିଏମ୍ ଅର୍ଥାତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଷ୍ଟର ମ୍ୟାନେଜମେଣ୍ଟ ।

ଯଦି ଏହା ଘଟେ, ଦେଶରେ ଦୈନିକ ସଂକ୍ରମଣ 4 ଲକ୍ଷ ଛୁଇଁପାରେ ଏବଂ ଓଡିଶାରେ ପ୍ରତିଦିନ 14 ହଜାର ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି । ତେବେ ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ରହିଛି ବୋଲି ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ଡାଇରେକ୍ଟୋରେଟ (ଡିଏମଏଟି) ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ଅନୁଯାୟୀ, 100 ଜଣ କରୋନା ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ଅତି କମରେ 23 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ। ତେବେ କୋଭିଡ ହସ୍ପିଟାଲଗୁଡ଼ିକରେ ଏଥି ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ ଓ ଦୈନିକ ସ୍କ୍ରିନିଂ ଜାରି ରହିବ । ସଂକ୍ରମଣ ହାର ବିଶ୍ଳେଷଣ କରାଯାଉଛି ବୋଲି ସେ କହିଛନ୍ତି।

ଅଗଷ୍ଟ 15ରୁ ରାଜ୍ୟରେ 8191 କୋଭିଡ ପଜିଟିଭଙ୍କ ମଧ୍ୟରୁ କେବଳ 1049 ଜଣ 0-18 ବର୍ଷ ବୟସ ବର୍ଗରେ ଅଛନ୍ତି । ଯାହାକି ଏହି ସମୟ ମଧ୍ୟରେ ରିପୋର୍ଟ ହୋଇଥିବା ମୋଟ ସଂକ୍ରମଣର 12.80 ପ୍ରତିଶତ ଅଟେ। ଦ୍ୱିତୀୟ ତରଙ୍ଗରେ ଏପର୍ଯ୍ୟନ୍ତ 69,657 ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ଗତ ବର୍ଷ 27,787 ଜଣ ପିଲା କରୋନା ପଜିଟିଭ୍ ହୋଇଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ସେହିପରି ସେମାନଙ୍କ ମଧ୍ୟରୁ 29 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ସମୟରେ, PMO ରେ ଦାଖଲ ହୋଇଥିବା NIDM ରିପୋର୍ଟରେ କୁହାଯାଇଛି ଯେ, ଶିଶୁ ଚିକିତ୍ସା ସୁବିଧା ଯଥା ଡାକ୍ତର, କର୍ମଚାରୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଇତ୍ୟାଦି ଯନ୍ତ୍ରପାତି ଇତ୍ୟାଦି ପ୍ରସ୍ତତ ରଖନ୍ତୁ । କାରଣ ଶିଶୁ ସଂକ୍ରମିତ ହେଲେ ଏହି ସବୁ ଅତ୍ୟନ୍ତ ଆବଶ୍ୟକ ହୋଇପାରେ । ସେହପରି ଗତମାସରେ ନୀତି ଆୟୋଗ ସଦସ୍ୟ ଭି.କେ ପାଲଙ୍କ ନେତୃତ୍ୱରେ ଏକ ଟିମ ଦେଇଥିବା ପରାମର୍ଶ ଅନୁଯାଇ, ତୃତୀୟ ଲହରରେ ଅତିକମରେ 100 ଜଣ ସଂକ୍ରମିତଙ୍କ ମଧ୍ୟରୁ 23 ଜଣଙ୍କ ପାଇଁ ସରକାର ଡାକ୍ତରଖାନା ପ୍ରସ୍ତୁତ ରଖିବା ଉଚିତ୍ ।

ତେବେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବାକୁ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଏଥିପାଇଁ 23,123 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ଦିନ କହିଛନ୍ତି। ତୃତୀୟ ଲହର ଅନ୍ୟମାନଙ୍କ ଅପେକ୍ଷା ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି ଆଶଙ୍କା ମଧ୍ୟରେ ଶିଶୁ ଚିକିତ୍ସା ସେବାକୁ ଦୃଢ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।

କେତେକ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ କୋଭିଡ-19ର ତୃତୀୟ ଲହର ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ଏବଂ ଅନ୍ୟମାନେ କହିଛନ୍ତି ଯେ ଏହି ସିଦ୍ଧାନ୍ତକୁ ବିଶ୍ୱାସ କରିବାର କୌଣସି କାରଣ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+