Get Updates
Get notified of breaking news, exclusive insights, and must-see stories!

ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ

ଓଡିଶା ମାଟିର ବରପୁତ୍ର, ଉତ୍କଳର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ୧୪୮ତମ ଜୟନ୍ତୀ । ଅଜାକୁ ୧୪୮ବର୍ଷ ତଳେ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ନେଇଥିଲେ ଓଡିଶା ମାଟିର ଏହି ବରପୁତ୍ର, ଯିଏ ନିଜ ଜୀବନକୁ ସମ୍ପୂର୍ଣ୍ଣ ରୂପେ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିଦେଇଥିଲ । ତାଙ୍କ ନିସ୍ଵାର୍ଥପର ସେବା ପାଇଁ ତାଙ୍କୁ "ଉତ୍କଳ ମଣି" ଉପାଧିରେ ସମ୍ମାନିତ କରାଯାଇଥିଲା । ସେ ଖାଲି ସାମାଜିକ କର୍ମୀ ଥିଲେ ତା ନୁହେଁ, ଜଣେ ଶିକ୍ଷକ, କବି, ସାମାଜିକ ବିପ୍ଳବ କ୍ଷେତ୍ରରେ ବି ତାଙ୍କର ବିଶେଷ ଭୂମିକା ରହିଥିଲା ।

ଓ଼ଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ବି ତାଙ୍କ ଅବଦାନ ବି କିଛି କମ ନଥିଲା । ମାଡ୍ରାସ, ବେଙ୍ଗଲ, ବିହାରରୁ ପ୍ରବାସୀ ଓଡ଼ିଆ ମାନଙ୍କୁ ଏକାଠି କରି ସେମାନଙ୍କୁ ଓଡ଼ିଆ ବୋଲି ପରିଚୟ ଦେବାରେ ତାଙ୍କ ଭୂମିକା ଥିଲା ଅନସ୍ବୀକାର୍ଯ୍ୟ । ଏପରି ଆଉ ଜଣେ ବରପୁତ୍ରକୁ ହୁଏତ ଓଡିଶା ଆଉ ଫେରି ନପାଇପାରେ । ତେବେ ଆସନ୍ତୁ ଜାଣି ରଖିବା ଏହି ବରପୁତ୍ରଙ୍କ ଜୀବନର କିଛି ଘଟଣା ବିଷୟରେ ଯାହା ତାଙ୍କୁ ସାଧାରଣରୁ ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ଦେଇଥିଲା ।

୧. ସ୍କୁଲରେ ପଢ଼ୁଥିବା ସମୟରେ ଛାତ୍ର ଗୋପବନ୍ଧୁ "ପୁରୀ ସେବା ସମିତି" ନାମରେ ଏକ ସଂସ୍ଥା ଗଠନ କରିଥିଲେ । ଗୋପବନ୍ଧୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ଦ୍ୱାରା ପୁରୀରେ କଲେରା ରୋଗୀ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ କରାଯାଇଥିବା ବେଳେ ଛାତ୍ର ଗୋପବନ୍ଧୁଙ୍କ ଏହି ଚେଷ୍ଟା ସମାଜରେ ତାଙ୍କୁ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

୨. ରେଭେନ୍ସାରେ ପଢିବା ସମୟରେ ବି ଗୋପବଂଧୁଙ୍କ ଏହି ନିଷ୍ଠା ଆହୁରି ଅଧିକ ଜାଗ୍ରତ ହୋଇଥିଲା । ଖାଲି ସେତିକି ନୁହେଁ ନିଜ କଲେଜ କ୍ୟାରିୟରରେ ନିଜ ସାଙ୍ଗ ସାଥୀଙ୍କୁ ସାମାଜିକ, ଆର୍ଥିକ, ତଥା ରାଜନୈତିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ କାମ କରିବାକୁ ପ୍ରୋତ୍ସାହିତ କରିଆସୁଥିଲେ ।

utkalamani gopabandhu
୩. କଲିକତାରେ ଏଲଏଲବି ଡିଗ୍ରୀ କରୁଥିବା ସମୟରେ ସେ ଏକ "ଲେବର ୟୁନିଅନ" ବା ଶ୍ରମିକ ସଂଗଠନ ଗଠନ କରିଥିଲେ । ଏହା ସହ ଏହି ସମୟରେ ଏକ ରାତ୍ରି କାଳୀନ ସ୍କୁଲ ମଧ୍ୟ ଗଠନ କରିଥିଲେ । ଓଡ଼ିଆ ଶ୍ରମିକ ତଥା ରୋଷେୟା ମାନେ ଦିନରେ କାମ କରି ରାତିରେ ଏଠାରେ ପଢ଼ିବାର ସୁବିଧା ରହିଥିଲା । ଏହି ସମୟରେ ବନ୍ଦେ ମାତରମ ସଂଗଠନ ସଂସ୍ପର୍ଶରେ ଆସିଥିଲେ ଯାହା ତାଙ୍କ ଠାରେ ଦେଶ ପ୍ରେମ ଉଦ୍ରେକ କରିଥିଲା ।

୪. ଗୋପବନ୍ଧୁଙ୍କ ରାଜନୈତିକ ଜୀବନର ଆରମ୍ଭ ୧୯୦୩ ରେ ହୋଇଥିଲା । "ଉତ୍କଳ ସମ୍ମିଳନୀ" ନାମକ ଏକ ସଂଗଠନ ଗଠନ କରିଥିଲେ । ଭାରତୀୟ ଜାତୀୟ ଆନ୍ଦୋଳନରେ ଓଡ଼ିଶାର ଅଂଶଗ୍ରହଣ ପାଇଁ ତାଙ୍କର ଏହି ସଂଗଠନ ଇଣ୍ଡିୟାନ ନ୍ୟାସନାଲ କଂଗ୍ରେସ ବା ଭାରତୀୟ ଜାତୀୟ କଂଗ୍ରେସରେ ମିଶାଇ ଦିଆଯାଇଥିଲା ।

୫.୧୯୦୯ ରେ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ଠାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯେଉଁଠି ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ମଧ୍ୟରେ ଛାତ୍ର ମାନଙ୍କୁ ଶିକ୍ଷାଦାନ ଦିଆଯାଉଥିଲା । ଏହି ବିଦ୍ୟଳୟରେ ଅଧ୍ୟୟନ କରି ଭବିଷ୍ୟତରେ ଏକ ସୁନାଗରିକ ହେଉଥିଲେ ଏଠାକାର ଛାତ୍ର |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+